fbpx

(video): କାନ୍ଦିଲେ ଲିଆଣ୍ଡର ଓ ବିଜୟ ଅମୃତରାଜ, ଟେନିସ ହଲ ଅଫ ଫେମରେ ହେଲେ ସାମିଲ…

ଓଡିଶା ଭାସ୍କର: ଭାରତର ଦୁଇ ସଫଳ ଟେନିସ ଷ୍ଟାର ଲିଆଣ୍ଡର ପେସ ଓ ବିଜୟ ଅମୃତରାଜଙ୍କୁ ଅନ୍ତର୍ଜାତୀୟ ହଲ ଅଫ ଫେମରେ ସାମିଲ କରାଯାଇଛି । ଫଳରେ ଉଭୟଙ୍କ ଆଖୁରୁ ଲୁହ ଝରିଛି । ଏଥିରେ ସାମିଲ ହେବା ପରେ ଏଭଳି ସମ୍ମାନ ପାଇ ଉଭୟେ ନିଜର କୋହକୁ ସମ୍ଭାଳି ପାରି ନଥିଲେ । ଏସିଆର ପ୍ରଥମ ଦୁଇ ଖେଳାଳି ଭାବରେ ଉଭୟଙ୍କୁ ଏହି ସମ୍ମାନଜନକ ସମ୍ମାନ ପ୍ରାପ୍ତ ହୋଇଛି ।

୫୧ ବର୍ଷୀୟ ଲିଆଣ୍ଡର ପେସଙ୍କୁ ‘ଖେଳାଳି ଶ୍ରେଣୀ’ ରେ ଓ ୭୦ ବର୍ଷୀୟ ଅମୃତରାଜଙ୍କୁ ‘ଯୋଗଦାନ ଶ୍ରେଣୀ’ ରେ ଏଥିରେ ସାମିଲ କରାଯାଇଛି । ପେସ ଓ ଅମୃତରାଜଙ୍କୁ ଆମେରିକାର ନ୍ୟୁପୋର୍ଟସ୍ଥିତ ହଲ ଅଫ ଫେମ ସଂଗ୍ରହାଳୟରେ ବୁଲୁଥିବାର ଦେଖିବାକୁ ମିଳିଛି । ସେହି ସମୟରେ ସେମାନେ ନିଜ ଲୋତକକୁ ଖୁସିରେ ଗଡାଉଛନ୍ତି । ଯାହା ଭାରତୀୟ ପ୍ରେମୀଙ୍କୁ ଖୁସି ମଧ୍ୟ ଦେଇଛି । କାରଣ ଏଭଳି ସମ୍ମାନ ସେମାନଙ୍କୁ ମିଳେ ଯିଏ ବିଶ୍ୱରେ କିଛି ଅଦ୍ଭୂତ କରନ୍ତି । ଏମାନେ ବି ତାହା କରିଛନ୍ତି । ଯାହା ପାଇଁ ଭାରତ ମଧ୍ୟ ଏବେ ଗର୍ବିତ ।

ପେସ କୋହଭରା କଣ୍ଠରେ କହିଛନ୍ତି ଯେ, ତାଙ୍କର ଭାବନାକୁ ସେ ଶବ୍ଦରେ ବର୍ଣ୍ଣନା କରି ପାରିବେ ନାହିଁ । କୋଲକାତାର ଗଲିରେ କ୍ରିକେଟ ଓ ଫୁଟବଲ ଖେଳୁଥିବା ସେହି ଲିଆଣ୍ଡର ଆଜି ହଲ ଅଫ ଫେମରେ ସ୍ଥାନିତ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି । ହଲ ଅଫ ଫେମରେ ୧୯୯୬ ମସିହାରେ ଅଲମ୍ପିକ୍ସରେ ଜିତିଥିବା କାଂସ୍ୟ ଓ ତାଙ୍କର ଟେନିସ ର‌୍ୟାକେଟ ମଧ୍ୟ ସାମିଲ ଅଛି । କହିରଖୁ, ୧୬ ବର୍ଷ ଅଲମ୍ପିକ୍ସ ମଧ୍ୟରେ ଏହା ଭାରତର ପ୍ରଥମ ପଦକ ଥିଲା । ୧୯୫୨ ମସିହା ପରେ ପ୍ରଥମଥର ପାଇଁ ଭାରତ ବ୍ୟକ୍ତିଗତ ବର୍ଗରେ ଏହି ପଦକ ହାସିଲ କରିଥିଲା । ହଲ ଅଫ ଫେମରେ ବର୍ତ୍ତମାନ ପ୍ରାୟ ୨୮ ଦେଶର ୨୬୭ ଜଣ ଲୋକପ୍ରିୟ ଲୋକ ସ୍ଥାନିତ ହୋଇଛନ୍ତି ।

Get real time updates directly on you device, subscribe now.