fbpx

କରୋନା କଟକଣା: ମାସ୍କ ନପିନ୍ଧିଲେ ବିମାନରୁ ବିଦା

ଭୁବନେଶ୍ୱର,୧୩ ।୩(ଓଡିଶା ଭାସ୍କର): ବଢୁଥିବା କରୋନା ମାମଲାକୁ ଦେଖି କଟକଣାକୁ କଡାକଡି କରାଯାଇଛି । ସେହିପରି ବିମାନରେ କୋଭିଡ ନିୟମ କଡାକଡି ଭାବେ ପାଳନ କରିବାକୁ ଡିଜିସିଏ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ମାସ୍କ ପିନ୍ଧିବା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ଡିଜିସିଏ । ବିମାନରେ ଯାତ୍ରୀ ମାସ୍କ ପିନ୍ଧି ନଥିଲେ ଓହ୍ଲାଇ ଦିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାରମ୍ବାର ତାଗିଦ ସତ୍ୱେ ମାସ୍କ ନିପିନ୍ଧିଲେ ଯାତ୍ରୀଙ୍କୁ ଜୋର କରି ଓହ୍ଲାଇ ଦିଆଯିବ । ଓହ୍ଲାଇ ଦିଆଯିବା ସହ ସମ୍ପୃକ୍ତ ଯାତ୍ରୀଙ୍କୁ ‘ଅମାନିଆ’ ଆଖ୍ୟା ଦିଆଯିବ । ସଠିକ୍ ଭାବେ ମାସ୍କ ପିନ୍ଧିବା ଓ ମାସ୍କ ନାକ ତଳକୁ ନଖସିବାକୁ ତାଗିଦ କରାଯାଇଛି । ବିନା ମାସ୍କରେ ଯେମିତି କେହି ଏୟାରପୋର୍ଟ ନଯିବେ, ତାହା ଉପରେ ନଜର ରଖିବେ ସିଆଇଏସଏଫ୍ ।

Get real time updates directly on you device, subscribe now.