fbpx

ଏବେ ହେବ କି ମହାଯୁଦ୍ଧ ! ଇସରାଏଲ ଉପରେ ରାତାରାତି ରକେଟ୍ ମାଡ଼ କଲା ଲେବନାନ୍

ଓଡ଼ିଶା ଭାସ୍କର: ଗାଜା ପରେ ଏବେ ଲେବନାନରେ ଇସରାଏଲ ସେନା ଏବଂ ହିଜବୁଲ୍ଲାହ ମଧ୍ୟରେ ଭୀଷଣ ଯୁଦ୍ଧ ଜାରି ରହିଛି । ଉଭୟ ପକ୍ଷରୁ ଗନ୍ ଫାୟାର, ତୋପ, ମିସାଇଲ ସହ ଏୟାର ଷ୍ଟ୍ରାଇକ୍ ସାମିଲ ରହିଛି । ଏଥିମଧ୍ୟରେ ଶନିବାର ବିଳମ୍ବିତ ରାତିରେ ଇସରାଏଲ ଉପରେ ଦକ୍ଷିଣ ଲେବନାନରୁ ଘନ ଘନ ରକେଟ୍ ମାଡ଼ କରାଯାଇଥିବା ଜଣାପଡ଼ିଛି । ଦକ୍ଷିଣ ଲେବନାନରୁ ଇସରାଏଲ ଉପରେ ହୋଇଥିଲା ୫୦ରୁ ଉର୍ଦ୍ଧ୍ୱ ରକେଟ୍ ମାଡ଼ । ତେବେ ଏହି ରକେଟ୍ ପରେ ଇସରାଏଲର ଆଇରନ୍ ଡୋମ୍ ଡିଫେନ୍ସ ସିଷ୍ଟମ ସକ୍ରିୟ ହୋଇଯାଇଛି ।

ମଧ୍ୟ ପୂର୍ବରେ ଉତ୍ତେଜନା ବୃଦ୍ଧି ପାଇଛି କାରଣ ଇରାନ ଏବଂ ଏହାର ସହଯୋଗୀ ହମାସ ଏବଂ ହିଜବୁଲ୍ଲାହ ନିଜ ନେତାଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ପ୍ରସ୍ତୁତି କରୁଛନ୍ତି । ଇସରାଏଲ ଉପରେ ଏହି ହତ୍ୟାକାଣ୍ଡର ଅଭିଯୋଗ ଲଗାଯିବା ଫଳରେ ଯୁଦ୍ଧର ଆଶଙ୍କା ବୃଦ୍ଧି ପାଇଛି । ଇସରାଏଲ ସହଯୋଗୀ ଆମେରିକା ଏହି ଅଞ୍ଚଳରେ ଯୁଦ୍ଧ ଜାହାଜ ଏବଂ ଯୁଦ୍ଧ ବିମାନ ପଠାଇବ ବୋଲି କହିଛି । ସେହିପରି ପାଶ୍ଚାତ୍ୟ ଦେଶର ସରକାରମାନେ ନିଜ ନାଗରିକଙ୍କୁ ଲେବନାନ୍ ଛାଡ଼ିବାକୁ ନିବେଦନ କରିଛନ୍ତି । ଏହି ଯୁଦ୍ଧକୁ ଦୃଷ୍ଟିରେ ରଖି ଲେବନାନକୁ ଅନେକ ବିମାନ ସେବା ବାତିଲ କରାଯାଇଛି ।

 

Get real time updates directly on you device, subscribe now.