fbpx

କେନ୍ଦୁଝର ଜିଲ୍ଲାରେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ବିଧାୟକଙ୍କ ଅଭିଯୋଗ, ବିଧାନସଭାରେ ପ୍ରଶ୍ନ ଉଠାଇଲେ ଭାଗିରଥି ସେଠୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚାଲିଛି ବିଧାନସଭା ମୌସୁମୀ ଅଧିବେଶନରେ । ଚଳିତ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ଗୃହରେ ଶାସକ ଦଳ ବିଧାୟକ ଭାଗିରଥି ସେଠୀ ନିଜ ଅଞ୍ଚଳରେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକାଶ କରିବା ସହ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କହିବା ଯାହା ନିଜ ଗାଲରେ ଚାପୁଡ଼ା ମାରିବା ତାହା ।

ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ଶାସକ ଦଳର ବିଧାୟକ ଭାଗିରଥି ସେଠୀ । ଖୋଦ୍ ବିଧାୟକ କେନ୍ଦୁଝର ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗର ନିଛକ ଚିତ୍ର ପଦାରେ ପକାଇଲେ । ସେ କହିଛନ୍ତି ଆନନ୍ଦପୁର ସବଡିଭିଜନରେ ସ୍ୱାସ୍ଥ୍ୟ ବିଭାଗର ଛବି ଅତ୍ୟନ୍ତ ଦୁଖଦାୟକ । ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକ ରେ ଡାକ୍ତର ନାହାନ୍ତି, ଫାର୍ମାସିଷ୍ଟ ନାହାଁନ୍ତି,ପିଅନ ରୋଗୀଙ୍କୁ ଇଞ୍ଜେକ୍ସନ ଦେଉଛନ୍ତି । କୌଣସି ଗୋଟିଏ ଛୋଟ ପରୀକ୍ଷା କରାଇବା ପାଇଁ ମଧ୍ୟ କଟକ ଆସିବାକୁ ପଡ଼ୁଛି ।

ସେ ଆହୁରି କହିଛନ୍ତି ଏହି ପ୍ରସଙ୍ଗରେ ସେ ଅନେକ ଥର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି କିନ୍ତୁ କିଛି ଲାଭ ହେଉନାହିଁ ।  ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କହିବା ଯାହା ନିଜ ଗାଲରେ ଚାପୁଡ଼ା ମାରିବା ତାହା । ତେଣୁ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକ ରେ ଭିତ୍ତିଭୂମି କୁ ତୁରନ୍ତ ସଜଡ଼ା ଯାଉ,ଆବଶ୍ୟକୀୟ ଡାକ୍ତର, ଫାର୍ମାସିଷ୍ଟ ପଦବୀ ପୂରଣ କରାଯାଉ ବୋଲି ସେ ବିଧାନସଭାରେ କହିଛନ୍ତି ।

 

Get real time updates directly on you device, subscribe now.