ଅଳିଆ ଟ୍ରକରେ ହାତ-ଗୋଡ଼ ବନ୍ଧା ଉଲଗ୍ନ ମହିଳାଙ୍କ ମୃତଦେହ! ପ୍ରଥମେ ରେପ୍ କଲେ ତା’ ପରେ ହତ୍ୟା କଲେ
ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ବେଙ୍ଗାଲୁରୁ ସହରରେ । ଅଳିଆ ଗାଡ଼ିରେ ମହିଳାଙ୍କ ମୃତଦେହ ।
ବେଙ୍ଗାଲୁରୁ: ବେଙ୍ଗାଲୁରୁ ସହରରେ ଘଟିଯାଇଛି ଏକ ବିଭତ୍ସ ହତ୍ୟାକାଣ୍ଡ । ଯାହା ସ୍ଥାନୀୟ ଅଞ୍ଚଳ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି ।
ଚନ୍ନାମ୍ମାନାକେଦନ ସ୍କେଟିଂ ଗ୍ରାଉଣ୍ଡରେ ଥିବା ଅଳିଆ ଟ୍ରକରୁ ମିଳିଛି ମହିଳାଙ୍କ ମୃତଦେହ । ମହିଳାଙ୍କ ପରିଚୟ ମିଳିପାରି ନ ଥିବାବେଳେ ତାଙ୍କ ବୟସ ୨୫ରୁ ୩୦ ବର୍ଷ ଭିତରେ ହେବ ବୋଲି ଆଶଙ୍କା କରାଯାଉଛି।
ଶନିବାର ଦିନ ରାତିରେ ଟ୍ରକରୁ ମହିଳାଙ୍କ ଗୋଡ଼ ବେକରେ ବନ୍ଧା ହୋଇଥିବା ଶବ ଏକ ବ୍ୟାଗରୁ ମିଳିଥିଲା । ଯାହାପରେ ସ୍ଥାନୀୟ ଲୋକେ ପୋଲିସକୁ ଘଟଣା ସୂଚନା ଦେଇଥିଲେ ।
ମୃତ ମହିଳା ଜଣକ ଏକ କମ୍ପାନୀର ୟୁନିଫର୍ମ ପିନ୍ଧିଥିବା କୁହାଯାଉଛି । ମହିଳାଙ୍କୁ ରେପ୍ କରାଯିବା ପରେ ତାଙ୍କୁ ହତ୍ୟା କରି ହାତଗୋଡ଼ ବାନ୍ଧି ବ୍ୟାଗରେ ଭର୍ତ୍ତି କରି ମୃତଦେହକୁ ଅଳିଆ ଟ୍ରକକୁ ଫୋପାଡ଼ି ଦେଇଥିବା ଅନୁମାନ କରାଯାଉଛି ।
ମହିଳାଙ୍କ ଦେହରେ କମ୍ପାନୀର ପୋଷାକ ଛଡ଼ା ଅଣ୍ଡରଗାର୍ମେଣ୍ଟ ନ ଥିବା ପୋଲିସ କହିଛି । ମହିଳାଙ୍କୁ ରେପ କରାଯିବା ପରେ ଅଭିଯୁକ୍ତ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି ।
ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ସ୍ୱତନ୍ତ୍ର ଟିମ ଘଟଣାର ତଦନ୍ତ ଆରମ୍ଭ କରିଛି ।