fbpx

ଆସନ୍ତୁ ଜାଣିବା ଭାରତର ପ୍ରସିଦ୍ଧ ଗୁରୁଦ୍ୱାର ବିଷୟରେ

Advertisement

ଗୁରୁଦ୍ୱାର ଅର୍ଥାତ ଗୁରୁଙ୍କ ଦ୍ୱାର । ଶିଖମାନେ ଗୁରୁଦ୍ୱାରରେ ଏକତ୍ରିତ ହୋଇ ଉପାସନା କରିଥାନ୍ତି । ଏଥିସହ ସେମାନେ ଗୁରୁଦ୍ୱାରକୁ ଗୁରୁଦ୍ୱାର ସାହିବ ବୋଲି ମଧ୍ୟ ମାନିଥାନ୍ତି । ସବୁ ଧର୍ମର ଲୋକଙ୍କୁ ଗୁରୁଦ୍ୱାରରେ ସ୍ୱାଗତ କରାଯାଏ । ଆସନ୍ତୁ ଜାଣିବା ଭାରତର ପ୍ରସିଦ୍ଧ ଗୁରୁଦ୍ୱାର ବିଷୟରେ….

ଗୁରୁଦ୍ୱାର ହରମିନ୍ଦର ସାହିବ ସିଂ, ପଞ୍ଜାବ:
ଅମୃତସରର ହରମିନ୍ଦର ସାହିବ ସିଂ ଗୁରୁଦ୍ୱାରକୁ ସାଧାରଣତଃ ଲୋକେ ଶ୍ରୀ ଦରବାର ସାହିବ ଓ ସ୍ୱର୍ଣ୍ଣ ମନ୍ଦିର ନାମରେ ଜାଣିଥାନ୍ତି । ଏହି ଗୁରୁଦ୍ୱାରର ସୁନ୍ଦର କାରୁକାର୍ଯ୍ୟ ସମଗ୍ର ବିଶ୍ୱବାସୀଙ୍କୁ ଆକର୍ଷିତ କରିଥାଏ । ଏହାକୁ ଭାରତର ଏକ ମୁଖ୍ୟ ଦର୍ଶନ ସ୍ଥଳ ଭାବେ ଗ୍ରହଣ କରାଯାଏ । କୁହାଯାଏ, ଏହି ଗୁରୁଦ୍ୱାରକୁ ଶତ୍ରୁଙ୍କ କବଳରୁ ରକ୍ଷା କରିବା ପାଇଁ ମହାରାଜ ରଣଜୀତ ସିଂହ ଏହାର ଉପର ଭାଗକୁ ସ୍ୱର୍ଣ୍ଣ ଦ୍ୱାରା ଢାଙ୍କି ଦେଇଥିଲେ, ସେହିଦିନ ଠାରୁ ଏହାକୁ ସ୍ୱର୍ଣ୍ଣ ମନ୍ଦିର ବୋଲି ସମସ୍ତେ କହି ଆସୁଛନ୍ତି ।

ଗୁରୁଦ୍ୱାର ଶ୍ରୀ ହେମକୁଣ୍ଡ ସାହିବ, ଉତ୍ତରାଖଣ୍ଡ:
ଗୁରୁଦ୍ୱାର ଶ୍ରୀ ହେମକୁଣ୍ଡ ସାହିବ ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ଅବସ୍ଥିତ । ସମୁଦ୍ର ପତ୍ତନ ଠାରୁ ୪ ହଜାର ମିଟର ଉଚ୍ଚରେ ଏହି ଗୁରୁଦ୍ୱାର ରହିଛି । ଯାତ୍ରୀଙ୍କୁ ତୁଷାରପାତ୍ରରୁ ରକ୍ଷା କରିବା ପାଇଁ ଏହାକୁ ଅକ୍ଟୋବରରୁ ଏପ୍ରିଲ ମାସ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥାଏ । ଏହି ଗୁରୁଦ୍ୱାର ସୁନ୍ଦର କଳା ସ୍ଥାପତ୍ୟର ଏକ ନିଚ୍ଛକ ଉଦାହରଣ ।

ହଜୁର ସାହିବ ଗୁରୁଦ୍ୱାର, ମହାରାଷ୍ଟ୍ର:
ହଜୁର ସାହିବ ଗୁରୁଦ୍ୱାର ମହାରାଷ୍ଟ୍ରର ନାନ୍ଦେଡ ନଗରରେ ଗୋଦାବରୀ ନଦୀ କୂଳରେ ଅବସ୍ଥିତ । ଏହି ଗୁରୁଦ୍ୱାରକୁ ‘ସଚ୍ଚ ଖଣ୍ଡ’ କୁହାଯାଏ । ୧୭୦୮ ମସିହାରେ ଗୁରୁ ଗୋବିନ୍ଦ ସିଂହଙ୍କୁ ଏଠାରେ ଶବଦାହ କରାଯାଇଥିଲା ବୋଲି କୁହାଯାଏ । ୧୮୩୨ରୁ ୧୮୩୭ ମସିହା ମଧ୍ୟରେ ମହାରାଜ ରଣଜିତ ସିଂହଙ୍କ ନିର୍ଦ୍ଦେଶକ୍ରମେ ଏଠାରେ ଗୁରୁଦ୍ୱାର ନିର୍ମାଣ କରାଯାଯାଇଥିଲା ।

ଗୁରୁଦ୍ୱାର ସିସ ଗଞ୍ଜ ସାହିବ, ଦିଲ୍ଲୀ:
ଗୁରୁଦ୍ୱାର ସିସ ଗଞ୍ଜ ସାହିବ ଦିଲ୍ଲୀର ସବୁଠାରୁ ପୁରୁଣା ଓ ଐତିହାସିକ ଗୁରୁଦ୍ୱାର ଅଟେ । ଗୁରୁ ତେଗ ବାହାଦୁର ଓ ତାଙ୍କ ଅନୁଗାମୀମାନଙ୍କ ପାଇଁ ଏହା ସମର୍ପିତ ଅଟେ । ଏହିଠାରେ ଗୁରୁ ତେଗ ବାହାଦୁରଙ୍କୁ ମୋଗଲମାନେ ମୃତ୍ୟୁଦଣ୍ଡ ଦେଇଥିଲେ । କାରଣ ତେଗ ବାହାଦୁର ଇସଲାମ ଧର୍ମକୁ ଗ୍ରହଣ କରିବାକୁ ପ୍ରତ୍ୟାଖାନ କରିଦେଇଥିଲେ । ଏହି ଗୁରୁଦ୍ୱାର ୧୯୩୦ ମସିହାରେ ନିର୍ମାଣ କରାଯାଇଥିଲା ।

ଗୁରୁଦ୍ୱାର ମଣିକରନ ସାହିବ, ହିମାଚଳ ପ୍ରଦେଶ:
ହିମାଚଳ ପ୍ରଦେଶର ମନାଲି ପର୍ବତ ମଧ୍ୟରେ ଗୁରୁଦ୍ୱାର ମଣିକରନ ସାହିବ ଅବସ୍ଥିତ । ଏହାର ଆକର୍ଷଣ ସମସ୍ତଙ୍କୁ ବିମୋହିତ କରିଥାଏ । କୁହାଯାଏ, ଏହା ହେଉଛି ପ୍ରଥମ ସ୍ଥାନ ଯେଉଁଠାରେ ଗୁରୁ ନାନକ ତାଙ୍କର ଗସ୍ତ ସମୟରେ ଧ୍ୟାନ କରିଥିଲେ । ଯେଉଁ ପୁଷ୍କରିଣୀ ଉପରେ ଗୁରୁଦ୍ୱାର ନିର୍ମିତ ହୋଇଛି, ସେହି ପୁଷ୍କରିଣୀର ଅନ୍ୟ ପ୍ରାନ୍ତରେ ଶିବଙ୍କର ଏକ ପ୍ରସିଦ୍ଧ ମନ୍ଦିର ରହିଛି । ଏହି କାରଣରୁ ଏହି ଗୁରୁଦ୍ୱାରର ସ୍ୱତନ୍ତ୍ରତା ରହିଛି ।

Get real time updates directly on you device, subscribe now.