fbpx

ଏଥର ମାଳଦ୍ଵୀପ ନୁହେଁ, ଚାଲନ୍ତୁ ଏହି ସୁନ୍ଦର ଜାଗାକୁ ବୁଲିଯିବା: Make My Trip ଦେଉଛି ଦମଦାର ଅଫର

ନୂଆଦିଲ୍ଲୀ: ମାଳଦ୍ୱୀପରେ ବଢ଼ୁଥିବା ବିବାଦ କାରଣରୁ ବର୍ତ୍ତମାନ ଏହା ସାରା ବିଶ୍ୱରେ ବେଶ ଚର୍ଚ୍ଚା ବିଷୟ ପାଲଟିଛି । ତେବେ ଏହା ପର୍ଯ୍ୟଟକମାନଙ୍କ ପାଇଁ ମଧ୍ୟ ଅସୁବିଧାର କାରଣ ପାଲଟିଛି । ତେଣୁ ଯଦି ଆପଣ ଦ୍ୱୀପକୁ ବୁଲିବାକୁ ଯିବାର ଇଚ୍ଛା ରଖିଛନ୍ତି ତେବେ ଭାରତରେ ଏପରି ଏକ ସ୍ଥାନ ରହିିଛି ଯାହା ଆପଣଙ୍କ ପାଇଁ ଉପଯୁକ୍ତ ।

lakshadweep trip plan

ତେବେ ଏହି ସ୍ଥାନଟି ହେଉଛି ଲାକ୍ଷାଦ୍ୱୀପ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଠାକୁ ଗସ୍ତ କରିବା ପରେ ଏହିସ୍ଥାନ ବର୍ତ୍ତମାନ ପର୍ଯ୍ୟଟକଙ୍କ ପାଇଁ ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ପାଲଟିଛି । ଅନେକ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିବା ପାଇଁ ବହୁସଂଖ୍ୟାରେ ଆଗ୍ରହ ପ୍ରକାଶ କରୁଛନ୍ତି । ତେବେ ଏହାର ଫାଇଦା ନେଉଛନ୍ତି ଟ୍ରାଭେଲ ବୁକିଂ ୱେବସାଇଟମାନେ । େସେମାନେ ମଧ୍ୟ ପର୍ଯ୍ୟଟକମାନଙ୍କ ପାଇଁ ଭ୍ରମଣର ବେଶ ଭଲ ଭଲ ଅଫର ଉପଲବ୍ଧ କରିଛନ୍ତି । ଏହି ଅଫର ପ୍ୟାକେଜରେ ମଧ୍ୟ ପର୍ଯ୍ୟଟକମାନଙ୍କ ପାଇଁ ଉପଲବ୍ଧ ରହିଛି ।

lakshadweep trip plan

ତେବେ ଲାକ୍ଷାଦ୍ୱୀପର ସବୁଠାରୁ ପ୍ରସିଦ୍ଧ ସ୍ଥାନ ହେଉଛି ଅଗତି ଦ୍ୱୀପ । ଏଠାରେ ହିଁ ଏୟାରପୋର୍ଟ ନିର୍ମାଣ କରାଯାଇଛି । ତେବେ ଦିଲ୍ଲୀରୁ ଏଠାକୁ ବିମାନ ଯୋଗେ ଯିବାକୁ ୧୨ରୁ ୨୫ ଘଣ୍ଟା ଲାଗିଥାଏ । ତେବେ ମେକ ମାଇଁ ଟ୍ରିପ ଅନୁସାରେ ଦିଲ୍ଲୀରୁ ଅଗତି ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ବିମାନ ଟିକେଟର ମୂଲ୍ୟ ୧୨,୦୦୦ ଟଙ୍କା ରହିଥିବା ବେଳେ ଏହା କେବଳ ୱାନ ୱେ ରହିଛି । ଏହି ମୂଲ୍ୟ ମଧ୍ୟ ତାରିଖ ଆଧାରରେ ବଦଳିଥାଏ । ତେବେ ବର୍ତ୍ତମାନ ଭିଡ଼ କାରଣରୁ ପ୍ରାୟ ୧ ମାସ ଆଗରୁ ଏହାର ବୁକିଂ କରିବା ଆବଶ୍ୟକ ।

lakshadweep trip plan

ତେବେ ମେକ ମାଇଁ ଟ୍ରିପର ପ୍ରମୋ କୋଡ଼ ବ୍ୟବହାର କରି ଆପଣ ୧୦% ରିହାତି ମଧ୍ୟ ପାଇପାରିବେ । କିନ୍ତୁ ଏହା କେବଳ ପ୍ରଥମ ଟିକେଟ ବୁକିଂ କରିବା ପାଇଁ ହିଁ ଉପଲବ୍ଧ ରହିଛି । ଥରେ ଆଗତି ପହଞ୍ଚିବା ପରେ ଅନ୍ୟ ଦ୍ୱୀପକୁ ଯାତ୍ରା କରିବା ବେଶ ସହଜ ।

Get real time updates directly on you device, subscribe now.