ନୂଆଦିଲ୍ଳୀ: ଭାରତରେ କରୋନା ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି । ଏକଦା ୪ ଲକ୍ଷ ଉପରେ ରହୁଥିବା ଦୈନିକ ସଂକ୍ରମଣ ଏବେ ୩୦ ହଜାରରୁ ବି କମ ଚିହ୍ନଟ ହୋଇଛନ୍ତି । କିନ୍ତୁ ଏବେ ଦକ୍ଷିଣ-ପୂର୍ବ ଏସିଆ ୟୁରୋପ ଦେଶରେ କରୋନାର ଲହର ଦେଖାଯାଇଛି । ଏହାକୁ ଦେଖି ଭାରତ ସରକାରଙ୍କୁ ମଧ୍ୟ ସତର୍କ କରାଇ ଦିଆଯାଇଛି । ଗୁରୁବାର ଚୀନ ସମେତ ଅନ୍ୟାନ୍ୟ ୟୁରୋପୀୟ ଦେଶ ଗୁଡିକରେ କରୋନା ରେଟ ବଢିବା ପରେ ବିଭିନ୍ନ ରାଜ୍ୟକୁ ଚିଠି ଲେଖିବା ଆରମ୍ଭ କରି ଦେଇଛନ୍ତି । ଦେଶରେ ସଂକ୍ରମଣ କିଭଳି ନିୟନ୍ତ୍ରିତ ରହିବ ଏବଂ ପଜିଟିଭ ହାର ନ ବଢିବ ସେଥିପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
Union Health Secretary Rajesh Bhushan writes to all Addl Chief Secys, Principal Secys, Secys (Health) of all States/UTs, emphasizing that there should be a continued focus on the five-fold strategy, i.e., Test-Track-Treat-Vaccination and adherence to COVID Appropriate Behavior. pic.twitter.com/XIqkvXR1fF
— ANI (@ANI) March 18, 2022
କରୋନା ସଂକମ୍ରଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି । କରୋନା ମହାମାରୀରୁ ଦୂରେଇ ରହିବା ପାଇଁ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବା ପାଇଁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ୱସ୍ଥ୍ୟ ସଚିବ । ସମସ୍ତ ସ୍ଥାନରେ ଟେଷ୍ଟିଂ, ଟ୍ରାକିଂ ସହିତ ଟୀକାକରଣ ଏବଂ କରୋନା ନିୟମକୁ ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ତେବେ ଯଦି କରୋନାର କୌଣସି ଭାରିଏଣ୍ଟ ବ୍ୟାପିବା ଆରମ୍ଭ କରେ ତେବେ ଉପଯୁକ୍ତ ସମୟରେ ଏହାକୁ ଚିହ୍ନଟ କରି ଟୀକାକରଣକୁ ପ୍ରାଧାନ୍ୟ ଦେବା ପାଇଁ କେନ୍ଦ୍ର ସ୍ୱସ୍ଥ୍ୟ ସଚିବ ଚିଠି କରିଛନ୍ତି । ଜନଗହଳି ସ୍ଥାନରେ ସାମାଜିକ ଦୂରତା ଏବଂ ଅବଶ୍ୟକ ସଚେତନତା ଅବଲମ୍ବନ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।