୪୫ ଟଙ୍କା ସଞ୍ଚୟରେ ପାଇବେ ଏତିକି ଲକ୍ଷ, ଜାଣନ୍ତୁ ଏହି ସ୍କିମ ବିଷୟରେ

ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ ଏପରି ଏକ ସ୍କିମ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଆପଣ ୨୫ ଲକ୍ଷ ଟଙ୍କା ଜମା କରିପାରିବେ। ଏହି ଯୋଜନା ଭାରତୀୟ ଜୀବନ ବିମା ନିଗମ ଅନୁଯାୟୀ ସଂଚାଳନ କରାଯାଉଛି। ଯେଉଁଥିରେ ଦମଦାର ରିଟର୍ଣ୍ଣର ଗ୍ୟାରେଣ୍ଟି ରହିଛି। ଏଲଆଇସିର ଏହି ସ୍କିମ ଜୀବନ ଆନନ୍ଦ ପଲିସି, ଯେଉଁଥିରେ ଆପଣ ୪୫ ଟଙ୍କା ବଞ୍ଚାଇ ୨୫ ଲକ୍ଷ ଟଙ୍କା ପାଇପାରିବେ।

ଏହି ଯୋଜନାରେ ପଲିସିଧାରକଙ୍କୁ ଗୋଟିଏ ନୁହେଁ, ବରଂ ଅନେକ ମ୍ୟାଚୁରିଟି ବେନିଫିଟ ମିଳିଥାଏ। ଏଲଆଇସି ଏହି ସ୍କିମରେ ୧ ଲକ୍ଷ ଟଙ୍କାର ସମ ଆସୋୟର୍ଡ ହୋଇଥାଏ, ଯେତେବେଳେ କି ମ୍ୟାକ୍ସିମମର କୌଣସି ଲିମିଟ ଧାର୍ଯ୍ୟ ହୋଇପାରିନି।

ଏଲଆଇସି ଜୀବନ ଆନନ୍ଦରେ ଆପଣ ପାଖାପାଖି ୧୩୫୮ ଟଙ୍କା ପ୍ରତି ମାସରେ ଜମା କରି ୨୫ ଲକ୍ଷ ଟଙ୍କାର ଫଣ୍ଡ ଜମା କରିପାରିବେ। ଏଥିରେ ପ୍ରତିଦିନ ହିସାବରେ ଆପଣଙ୍କୁ ୪୫ ଟଙ୍କା ପ୍ରତିଦିନ ସଞ୍ଚୟ କରିବାକୁ ପଡିବ। ଏହି ସେଭିଙ୍ଗସ ଆପଣଙ୍କୁ ଲଙ୍ଗ ଟର୍ମ ପାଇଁ କରିବାକୁ ପଡିବ।

ଏହି ପଲିସି ଅନୁଯାୟୀ, ଯଦି ଆପଣ ଦୈନିକ ୪୫ ଟଙ୍କା ୩୫ ବର୍ଷ ପାଇଁ ସଞ୍ଚୟ କରୁଛନ୍ତି ତେବେ, ଏହି ସ୍କିମର ମାଚ୍ୟୁରିଟି ପୁରା ହେବା ପରେ ଆପଣଙ୍କୁ ୨୫ ଲକ୍ଷ ଟଙ୍କା ମିଳିବ। ବାର୍ଷିକ ଏହା ୧୬,୩୦୦ ଟଙ୍କା ହେବ। ବର୍ତ୍ତମାନ ୧୬ ହଜାର ୩୦୦ ଟଙ୍କା ୩୫ ବର୍ଷ ପର୍ଯ୍ୟନ୍ତ କରିପାରିବେ। ତେବେ ସମୁଦାୟ ଜମା ରାଶି ୫,୭୦,୫୦୦ ଟଙ୍କା ହେବ।

ବର୍ତ୍ତମାନର ପଲିସି ଟର୍ମ ମୁତାବକ, ଏଥିରେ ବେସିକ ସମ ଆସ୍ୟୁର୍ଡ ୫ ଲକ୍ଷ ଟଙ୍କା ହେବ, ଯାହା ସହ ମ୍ୟାଚ୍ୟୁରିଟି ପିରିୟଡ ପରେ ଆପଣଙ୍କୁ ଏଥିରେ ରିଭିଜନାରୀ ବୋନସ ୮.୬୦ ଲକ୍ଷ ଟଙ୍କା ଏବଂ ଫାଇନାଲ ବୋନଓ ୧୧.୫୦ ଲକ୍ଷ ଟଙ୍କା ଆଡ ହେବ।