fbpx

LICର ଏହି ସ୍କିମରେ ଇନଭେଷ୍ଟ କରନ୍ତୁ ୨୫୩ ଟଙ୍କା, ମିଳିବ ୫୪ ଲକ୍ଷ ରିଟର୍ଣ୍ଣ

ନୂଆଦିଲ୍ଲୀ: ଏଲଆଇସିର ଜୀବନ ଲାଭ ପଲିସି ନନ୍ ଲିକ୍ୱିଡ ପାର୍ଟିସିପେଟିଙ୍ଗ ସେଭିଙ୍ଗ ପ୍ଲାନ ଲାଇଫ ଇନସ୍ୟୁରାନ୍ସ ଅଛି । ଏଥିରେ ପଲିସି ହୋଲ୍ଡରର ଡେଥ ଉପରେ ସମ ଆସୋୟର୍ଡ ଆମାଉଣ୍ଟ ମଧ୍ୟ ମିଳୁଛି । ଏଲଆଇସି ଜୀବନ ଲାଭ ଏପରି ଏକ ପ୍ଲାନ ଯେଉଁଥିରେ ଲିମିଟେଡ ଟାଇମ ପିରିୟଡ ପାଇଁ ପ୍ରିମିୟମ ଦେବାକୁ ପଡିବ । ପଲିସି ପୂରା ହେବା ପରେ ମାଚ୍ୟୁରିଟୀ ବେନିଫିଟ ମିଳିବ ।

ଏଲଆଇସି ଜୀବନ ଲାଭ ୨୦୨୦ ବର୍ଷରେ ଆରମ୍ଭ କରାଯାଇଥିଲା । ଏଥିରେ ୨ ଲକ୍ଷ ଟଙ୍କାର ସମ ଆସୟର୍ଡ ମିଳିଥାଏ । ଅଧିକ ରାଶିର ଲିମିଟ ପ୍ରସ୍ତୁତ କରାଯାଇନାହିଁ । ଏହି ପଲିସିରେ ପଲିସି ଧାରକଙ୍କ ମୃତ୍ୟୁ ହେଲେ ଇନସ୍ୟୁରାନ୍ସ କବର ଏବଂ ଜୀବିତ ରହିଲେ ମାଚ୍ୟୁରିଟୀ ଉପରେ ସମ ଆସୋୟର୍ଡ ଆମାଉଁଣ୍ଟ ମିଳୁଛି । ଏଥି ସହ ଏଥିରେ ନିବେଶ ପଲିସି ଉପରେ ଲୋନ ମଧ୍ୟ ନେଇପାରିବେ ।

ଜୀବନ ଲାଭ ପ୍ଲାନ ଆପଣ ୮ ବର୍ଷରୁ ୫୯ ବର୍ଷ ବୟସ ମଧ୍ୟରେ କିଣିପାରିବେ । ଏହି ପଲିସିରେ ୧୬ ବର୍ଷ, ୨୧ ବର୍ଷ ଏବଂ ୨୫ ବର୍ଷ ପାଇଁ ନେଇପାରିବେ । ୫୯ ବର୍ଷରେ ଆପଣ ଏଥିରେ ୧୬ ବର୍ଷ ପର୍ଯ୍ୟନ୍ତ ନିବେଶ କରିପାରିବେ । ପଲିସିର ମାଚ୍ୟୁରିଟୀ ସୀମା ୭୫ ବର୍ଷ ପର୍ଯ୍ୟନ୍ତ ଅଛି । ପ୍ରିମିୟମ ପେମେଣ୍ଟ ମାସିକ, ୩ ମାସ, ୬ ମାସ ବା ବାର୍ଷିକ କରିପାରିବେ । ପ୍ରତିଦିନ ୨୫୩ ଟଙ୍କା ବା ପ୍ରତି ମାସରେ ୭୭୦୦ ଟଙ୍କାର ନିବେଶ ଉପରେ ୧ ବର୍ଷରେ ୯୨୪୦୦ ଟଙ୍କାର ଇନଭେଷ୍ଟମେଣ୍ଟ ଉପରେ ୨୫ ବର୍ଷ ପରେ ୫୪ ଲକ୍ଷ ଟଙ୍କା ମିଳିବ ।

Get real time updates directly on you device, subscribe now.