fbpx

LIC ର ଏହି ଶାନଦାର ପଲିସିରେ ମିଳିବ ଲାଭ, ଅବସରେ ପରେ କଟିବ ଶାନ୍ତିରେ ଜୀବନ

ଯଦି ଆପଣ ନିଜ ବୃଦ୍ଧାବସ୍ଥାକୁ ସୁରକ୍ଷିତ ରଖିବାକୁ ଚାହୁଛନ୍ତି ତେବେ ଆପଣଙ୍କ ପାଇଁ ଏହି ଖବର । LIC ଆପଣଙ୍କ ପାଇଁ ଏକ ଭଲ ଯୋଜନା ଆଣିଛି, ଯେଉଁଥିରେ ନିବେଶ କରି ଆପଣ ବୃଦ୍ଧାବସ୍ଥାରେ ଖର୍ଚ୍ଚ ସହଜରେ ତୁଲାଇପାରିବେ । ଏଲଆଇସିର ଏହି ନୂଆ ପଲିସି ହେଉଛି ଏଲଆଇସି ଜୀବନ ଶାନ୍ତି ପଲିସି  । ଏହି ପଲିସିରେ ଆପଣଙ୍କୁ ଥରେ ନିବେଶ କରିବା ଦ୍ୱାରା ଜୀବନ ସାରା ଗ୍ୟାରେଣ୍ଟୀ ସହ ପେନ୍ସନ ମିଳିବ । ଏହାଦ୍ୱାରା ଆପଣ ଆପଣଙ୍କ ରିଟାୟରମେଣ୍ଟ ପରର ଖର୍ଚ୍ଚକୁ ସହଜରେ ତୁଲାଇପାରିବେ ।

ଜୀବନ ସାନ୍ତି ପଲିସି, ପୁରୁଣା ପ୍ଲାନ୍ ଜୀବନ ଅକ୍ଷୟ ପ୍ଲାନ୍ ଭଳି ରହିଛି । ଜୀବନ ଶାନ୍ତି ପଲିସି(jeevan shanti policy)ରେ ଆପଣଙ୍କ ପାଖରେ ଦୁଇଟି ଅପ୍ସନ ରହିଛି । ପ୍ରଥମ ଇମିଡିଏଟ୍ ଆନ୍ୟୁଟି ଏବଂ ଦ୍ୱିତୀୟଟି ହେଉଛି ହେପ୍ଫଡ ଆନ୍ୟୁଟି । ଇମିଡିଏଟ୍ ଆନ୍ୟୁଟି ଏକ ସିଙ୍ଗିଲ ପେନ୍ସନ ସୁବିଧା ପ୍ଲାନ । ସେହିଭଳି ଦ୍ୱିତୀୟ ହେପ୍ଫଡ ଆନ୍ୟୁଟି ବିକଳ୍ପରେ ପଲିସି ନେବାର ୫,୧୦, ୧୫ ବର୍ଷ ପରେ ପେନ୍ସନ ସୁବିଧା ମିଳିଥାଏ । ସବୁଠୁ ବଡ଼ କଥା ହେଉଛି ଆପଣ ଚାହିଲେ ନିଜ ପେନ୍ସନ ତୁରନ୍ତ ଆରମ୍ଭ ମଧ୍ୟ କରିପାରିବେ ।

ଏହି ଯୋଜନା ଅନୂଯାୟୀ ପେନ୍ସନ ରାଶି ନିଶ୍ଚିତ ନାହିଁ । ଆପଣଙ୍କ ନିବେଶ, ବୟସ ଏବଂ ଡିଫରମେଣ୍ଟ ପିରିୟଡ ଅନୂଯାୟୀ ଆପଣଙ୍କୁ ପେନ୍ସନ ମିଳିବ । ନିବେଶ ଏବଂ ପେନ୍ସନ ଆରମ୍ଭ ହେବା ମଧ୍ୟରେ ଯେତିକି ଅବଧି ରହିଛି କିମ୍ବା ବୟସ ଯେତେ ଅଧିକ ହେବ, ଆପଣଙ୍କୁ ପେନ୍ସନ ସେତେ ଅଧିକ ମିଳିବ । ଆପଣଙ୍କ ନିବେଶ ଉପରେ ହେଉଥିବା ସୁଧ ହିସାବରେ ପେନ୍ସନ ଦିଆଯିବ ।

ଏଲଆଇସିର ଏହି ଯୋଜନା ସର୍ବନିମ୍ନ ୩୦ ବର୍ଷ ଏବଂ ସର୍ବାଧିକ ୮୫ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତି କରିପାରିବେ । ଏହା ବ୍ୟତୀତ ଜୀବନ ଶାନ୍ତି ପ୍ଲାନରେ ଲୋନ୍ ଏବଂ ପେନ୍ସନ ଆରମ୍ଭ ହେବାର ୧ ବର୍ଷ ପରେ ଏବଂ ପେନ୍ସନ ଆରମ୍ଭ ହେବାର ୩ ମାସ ପରେ ସରେଣ୍ଡର କରାଯାଇପାରିବ ।

Get real time updates directly on you device, subscribe now.