fbpx

ଆସିଲା LICର ସବୁଠାରୁ ବଢିଆ ପ୍ଲାନ୍‌, ନିବେଶ କରନ୍ତୁ ଓ ବର୍ଷକୁ ପାଆନ୍ତୁ ୧ ଲକ୍ଷ ପେନସନ

Advertisement

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ ବୀମା କମ୍ପାନୀ ଏଲ୍‌ଆଇସି ପକ୍ଷରୁ ଏକ ଆକର୍ଷକ ପେନସନ୍ ପ୍ଲାନ୍ ‘ଏଲଆଇସି ଜୀବନ ଉତ୍ସବ’ ଲଞ୍ଚ କରାଯାଇଛି । ଏଲଆଇସିର ଏହି ପ୍ଲାନର ବିଶେଷତ୍ୱ ହେଉଛି ସୀମିତ ସମୟ ପର୍ଯ୍ୟନ୍ତ ପ୍ରିମିୟମ ଭରିବା ପରେ ଆପଣଙ୍କୁ ଗ୍ୟାରେଣ୍ଟେଡ୍ ରିଟର୍ଣ୍ଣ ମିଳିବ । ଏଥିରେ ଏଲଆଇସି ପକ୍ଷରୁ ୧୦% ଆୟ ସୁବିଧା ବି ପ୍ରଦାନ କରାଯାଉଛି ।

ଏଲଆଇସି ଜୀବନ ଉତ୍ସବର ବିଶେଷତ୍ୱ ହେଉଛି ଏହାର ପ୍ରିମିୟମ ପେ’ ଟର୍ମ ୫ରୁ ୧୬ ବର୍ଷ ମଧ୍ୟରେ ରହିଛି । ଅର୍ଥାତ୍ ଆପଣଙ୍କୁ ସୀମିତ ସମୟ ମଧ୍ୟରେ ପଲିସିର ପ୍ରିମିୟମ ଭରିବାକୁ ହେବ । ପ୍ରିମିୟମ ପେ’ ଟର୍ମ ଆଧାରରେ କିଛି ବର୍ଷ ପରେ ଆପଣଙ୍କୁ ପଲିସିର ଫାଇଦା ମିଳିବା ଆରମ୍ଭ ହୋଇଯିବ ।
ଏହି ପଲିସିରେ ଡେଥ୍ ବେନିଫିଟ୍ ବି ଦିଆଯାଇଥାଏ । ଯଦି ପଲିସି ଅବଧି ସମୟରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଏ ଆପଣଙ୍କୁ ବାର୍ଷିକ ପ୍ରିମିୟମର ୭ ଗୁଣ ଅଧିକ ମିଳିବ । ଡେଥ୍ ବେନିଫିଟ୍ କେବେ ବି ମୋଟ ଜମା କରାଯାଇଥିବା ପ୍ରିମିୟମର ୧୦୫%ରୁ କମ୍ ହେବ ନାହିଁ ।

ସେହିପରି ପଲିସି ଅବଧି ପୂରଣ ହେବା ପରେ ବ୍ୟକ୍ତି ଜୀବିତ ରହିଥିଲେ ତେବେ ରେଗୁଲାର ଓ ଫ୍ଲେକ୍ସୀ ଆଧାରରେ ପ୍ରତି ବର୍ଷ ବୀମା ରାଶିର ୧୦% ଇନକମ୍ ବେନିଫିଟ୍ ପ୍ରଦାନ କରାଯିବ । ଏଲଆଇସି ଜୀବନ ଉତ୍ସବରେ ବୀମା ରାଶି ଅତି କମ୍‌ରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ ।

ଯଦି ଆପଣଙ୍କ ବୟସ ୨୫ ବର୍ଷ ଓ ଆପଣ ଏଲଆଇସି ଜୀବନ ଉତ୍ସବ ଯୋଜନାରେ ୧୦ ଲକ୍ଷର ବୀମାରାଶି ୧୨ ବର୍ଷ ପ୍ରିମିୟମ ପେ’ ଟର୍ମ ସହିତ ଚୟନ କରୁଛନ୍ତି ଏଥିରେ ଆପଣଙ୍କୁ ୩୬ ବର୍ଷ ପର୍ଯ୍ୟନ୍ତ ପ୍ରିମିୟମ ଭରିବାକୁ ହେବ । ପଲିସିର ପ୍ରଥମ ବର୍ଷ ୯୨,୫୩୫ ଟଙ୍କା, ଦ୍ୱିତୀୟ ବର୍ଷରୁ ୧୨ ବର୍ଷ ପର୍ଯ୍ୟନ୍ତ ୯୦,୫୪୨ ଟଙ୍କା ପ୍ରତି ବର୍ଷ ପ୍ରିମିୟମ ଭରିବାକୁ ହେବ । ପ୍ରିମିୟର ଟର୍ମ ପୁରା କରିବା ପରେ ଆପଣଙ୍କୁ ୨ ବର୍ଷ ଅପେକ୍ଷା କରିବାକୁ ହେବ । ଏହାପରେ ଆପଣଙ୍କୁ ୩୯ତମ ବର୍ଷରୁ ୧୦୦ବର୍ଷ ପର୍ଯ୍ୟନ୍ତ ଏଲଆଇସି ପକ୍ଷରୁ ଏକ ଲକ୍ଷ ଟଙ୍କା ଆୟ ସୁବିଧା ପ୍ରଦାନ କରାଯିବ ।

Get real time updates directly on you device, subscribe now.