fbpx

ଓସିସିଆରପିର ରିପୋର୍ଟ ପରେ ଆଦାନୀ ଉଦ୍ୟୋଗର ସେୟାର ୩.୫୧ ପ୍ରତିଶତ ହ୍ରାସ, ଗ୍ରୁପରେ ବଡ ମାତ୍ରାରେ ନିବେଶ କରିଥିବା ଏଲଆଇସିର ବୁଡିଗଲା ୧୪୦୦କୋଟି ଟଙ୍କା

ନୂଆଦିଲ୍ଲୀ:ଅର୍ଗାନାଇଜଡ୍ କ୍ରାଇମ୍ ଆଣ୍ଡ କରପ୍ସନ ରିପୋର୍ଟିଂ ପ୍ରୋଜେକ୍ଟସ୍(ଓସିସିଆରପିର)ର ରିପୋର୍ଟ ଆଦାନୀ ଗ୍ରୁପକୁ ଜୋରଦାର ଝଟକା ଦେଇଛି । ଆଦାନୀ ଗ୍ରୁପର ମାଲିକ ତଥା ଅରବପତି ଗୌତମ ଆଦାନୀ ଓ ତାଙ୍କ ପୋର୍ଟ ଟୁ ଏନର୍ଜି ଗ୍ରୁପ୍ ବିରୁଦ୍ଧରେ ଓସିସିଆରପିର ଏହାର ରିପୋର୍ଟରେ ଷ୍ଟକରେ ହେରଫେର ନେଇ ଅଭିଯୋଗ ଲଗାଇଛି । ଗୁରୁବାର ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ଆଦାନୀ ଗ୍ରୁପର ସେୟାରରେ ହ୍ରାସ ପରିଲକ୍ଷିତ ହୋଇଛି ଓ ଦେଖୁ ଦେଖୁ ଗ୍ରୁପର ହଜାର କୋଟି ଟଙ୍କା ସ୍ୱାହା ହୋଇ ଯାଇଛି । କିନ୍ତୁ ଓସିସିଆର୍ପିର ରିପୋର୍ଟ ପରେ ଭାରତୀୟ ଜୀବନ ବୀମା ନିଗମ ପୁଣି ଥରେ ଚର୍ଚ୍ଚାକୁ ଆସିଛି । କାରଣ ଏହି ବୀମା କମ୍ପାନୀ ଆଦାନୀ ଗ୍ରୁପର କମ୍ପାନୀରେ ନିବେଶ କରିଛି । କମ୍ପାନୀର ଏମକ୍ୟାପରେ ହ୍ରାସ ପରେ ଏଲଆଇସିକୁ ବି କ୍ଷତି ପହଞ୍ଚିଛି ।

ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ଆଦାନୀ ଉଦ୍ୟୋଗର ସେୟାର ୩୧ ଅଗଷ୍ଟରେ ୩.୫୧ ପ୍ରତିଶତ ହ୍ରାସ ପାଇ ବନ୍ଦ ହୋଇଛି । ଗୁରୁବାର ଆଦାନୀ ଗ୍ରୁପକୁ ୩୫,୦୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି । ଏକ୍ସଚେଞ୍ଜର ଆକଳନ ମୁତାବିକ ୩୦ ଅଗଷ୍ଟ ୨୦୨୩ ରେ ଆଦାନୀ ଗ୍ରୁପର ସମସ୍ତ ସେୟାରର ମୋଟ ମାର୍କେଟ କ୍ୟାପିଟାଲାଇଜେସନ ୧୦.୮୪ ଲକ୍ଷ କୋଟି ଟଙ୍କା ଥିଲାଚିନ୍ତୁ ୩୧ ଅଗଷ୍ଟରେ ଏହା ହ୍ରାସ ପାଇ ୧୦.୪୯ ଲକ୍ଷ କୋଟି ହୋଇଥିଲା । ଅର୍ଥତ୍ ଗୋଟିଏ ଦିନରେ ଆଦାନୀ ଗ୍ରୁପକୁ ୩୫,୦୦୦ କୋଟି କ୍ଷତି ପହଞ୍ଚିଛି ।

ଏହି ୩୫,୦୦୦କୋଟି ଟଙ୍କାରୁ ଏଲଆଇସିକୁ କେବଳ ୧୪୩୯.୮ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି । ଏଲଆଇସିରେ ଆଦାନୀ ଗ୍ରୁପର ୬ କମ୍ପାନୀ ବଡ ମାତ୍ରାରେ ନିବେଶ କରିଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ୮ ମାସ ଭିତରେ ଏହା ହେଉଛି ଦ୍ୱିତୀୟ ବାର ଯେଉଁଥିରେ ଆଦାନୀ ଗ୍ରୁପ ଉପରେ ଷ୍ଟକ ହେରଫେର ଅଭିଯୋଗ ଲାଗିଛି । ଓସିସିଆର୍ପି ପୂର୍ବରୁ ଚଳିତ ବର୍ଷ ଜାନୁୟାରୀରେ ଆମେରିକା ରିସର୍ଚ୍ଚ ଫାର୍ମ ହିଣ୍ଡେନବର୍ଗ ପକ୍ଷରୁ ଆଦାନୀ ଗ୍ରୁପ ଉପରେ ଷ୍ଟକ ମୂଲ୍ୟରେ ହେରଫେର ଓ ଆକାଉଣ୍ଟ ଫ୍ରଡର ଅଭିଯୋଗ ଲାଗିଥିଲା । କିନ୍ତୁ ଆଦାନୀ ଗ୍ରୁପ ଏହାକୁ ଅସ୍ୱୀକାର କରିଥିଲା । ଗ୍ରୁପ୍ ଓସିସିଆର୍ପିର ରିପୋର୍ଟକୁ ବି ଅସ୍ୱୀକାର କରିଛି ।

Get real time updates directly on you device, subscribe now.