fbpx

ସବୁ ସ୍ୱପ୍ନ ରହିଗଲା ଅଧୁରା: ଅଜଣା ରୋଗରେ ଆକ୍ରାନ୍ତପରେ ଦୁର୍ବିସହ ହୋଇପଡ଼ିଛି ଜୀବନ…

ସବୁ ଝିଅଙ୍କ ପରି ସେ ବି ଦିନେ କେତେ ସ୍ୱପ୍ନ ନେଇ ପାଠ ପଢିବାକୁ ଯାଉଥିଲା । ସେ ବି ଗୋଟିଏ ସାଧାରଣ ଝିଅ  । ମନରେ ତାର ଅସୁମାରୀ ଆଶା ଏବଂ ସ୍ୱପ୍ନ ଭରି ରହିଥିଲା । ହେଲେ ଭାଗ୍ୟ ଏଠି ସବୁ କିଛି ପଲଟାଇ ଦେଲା । ସବୁ କିଛି ଓଲଟପାଲଟ ହୋଇଗଲା । ଯାହାକି କେହି କେବେ ଚିନ୍ତା ବି କରିନଥିବେ । ସବୁ ଦିନ ପାଇଁ ବିଛଣାରେ ପଡିଗଲେ, ଆହୁରି ପୁଣି ଭାଗ୍ୟର ଦାଉ ସେତିକିରେ ସରିନଥିଲା, ପୁରା ଶରୀରର ଆକାର ବି ବଦଳିଗଲା । ହଠାତ୍ ମାଡି ଆସିଲା ଅଜଣା ବ୍ୟାଧି । ଆଉ ଶରୀର ତାଙ୍କର ସଂପୂର୍ଣ୍ଣ ବଙ୍କା ହୋଇଗଲା । ଦଇବ ବି କଣ ଏତେ ନିଷ୍ଠୁର ହୋଇପାରେ । ଏଇ ନୀରିହ ଜୀବନଟିର ଆଜି ଏ କି ଅବସ୍ଥା ।

ଏମିତି ଏକ ଦୟନୀୟ ଜୀବନ କାଟୁଛନ୍ତି, ଯାଜପୁର ବ୍ୟାସନଗର ପୌର ପରିଷଦ ଅନ୍ତର୍ଗତ ଭଟିଆ ଗାଁର ୱାର୍ଡ ୧୨ ରେ ରହୁଥିବା ରବୀନ୍ଦ୍ର କୁମାର ମଲ୍ଲିକଙ୍କ ବଡ଼ ଝିଅ ବର୍ଷା  । ବୟସ ତାଙ୍କର ପାଖାପାଖି ୨୮ ଛୁଇଁଲାଣି । କଲେଜରେ ପାଠ ପଢୁଥିଲେ, ବର୍ଷା +୨ ପ୍ରଥମ ବର୍ଷ ପାଠ ପଢୁଥିଲେ । ଆଉ ପରୀକ୍ଷା ମଧ୍ୟ ଦେଇଥିଲେ, ଆଉ ସେହି ସମୟରେ ହଟାତ ତାଙ୍କର ହାତରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ପରୀକ୍ଷା ଖାତାରେ ଲେଖି ପାରିଲେନି ବୋଲି ଘରେ ରହିଲେ ।

ଦୀର୍ଘ ୨ବର୍ଷ ଧରି ଅଜଣା ରେ ।ଗରେ ଆକ୍ରାନ୍ତ ହୋଇ ପଡିଲେ । ପ୍ରଥମେ ଯାଜପୁର ରୋଡ଼ ଡାକ୍ତରଖାନାରେ ଚିକିତ୍ସା ହେବାପରେ ସେ ଜିଲ୍ଲାର ବଡ଼ ମେଡିକାଲକୁ ନିଆଯାଇଥିଲା । ଚିକିତ୍ସା ପାଇଁ ତାଙ୍କୁ କଟକ ନେଇଯିବାକୁ ଡାକ୍ତର ମାନେ କହିଥିଲେ । ଅର୍ଥ ଅଭାବ ରୁ ସେ କଟକ ଯାଇ ପାରି ନଥିଲେ । ସେ ଅର୍ଥ ଅଭାବରୁ ଘରେ ପଡି ରହିଛନ୍ତି । ବାପାଙ୍କର ମଧ୍ୟ ସ୍ୱଳ୍ପ ରୋଜଗାର  । ପରିବାର ବି ଆର୍ଥିକ ଅବସ୍ଥା ବି କହିଲେ ନସରେ । ବର୍ଷା ନା ଶରୀରର ଅବସ୍ଥାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ । ପରିବାରର ପୁଣି ସେ ଏକା ନୁହଁନ୍ତି, ଆହୁରି ୪ଟି ଛୁଆ । ବାପା ମାଆଙ୍କ ଉପରେ ପରିବାରର ଭାର ସାଙ୍ଗକୁ ବର୍ଷାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ।

ବାପା ମାଆ ଆଜି ବର୍ଷାଙ୍କ ସେବାରେ ଲାଗିପଡିଛନ୍ତି । ଏଭଳି ଅଜଣା ରୋଗ କୁ ଆଜକୁ ୭ ବର୍ଷ ବିତି ଗଲାଣି । ସେ ୪ ଟି ପିଲାଙ୍କୁ କିଭଳି ମଣିଷ କରିବ ସେଥିପାଇଁ ସେ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି । ଏଟାରେ ଯଦି କେହି ବଦାନ୍ୟ ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ତାଙ୍କ ଏହି ନମ୍ବରରେ ଯୋଗାଯୋଗ କରିପାରିବେ ।

 

Get real time updates directly on you device, subscribe now.