fbpx

ବିବାହର ନାଁ Open Marriage, କେତେ ଠିକ – କେତେ ଭୁଲ, କ’ଣ ଅଟେ ଏହାର ତାତ୍ପର୍ଯ୍ୟ, ଜାଣନ୍ତୁ ଏହାର ପ୍ରଭାବ, ପଢନ୍ତୁ ଏ ରିପୋର୍ଟ

ଓଡିଶା ଭାସ୍କର: ବିବାହ ଏକ ପବିତ୍ର ବନ୍ଧନ । ଅଗ୍ନିର ସାକ୍ଷୀ ରଖି ଏଥିରେ ସ୍ୱାମୀର ହାତ ଧରେ ସ୍ତ୍ରୀ । ସାରା ଜୀବନ ସାଥି ହୋଇ ରହିବାର ପ୍ରତିଜ୍ଞା ନିଅନ୍ତି ସେମାନେ । ଶେଷନିଶ୍ୱାସ ଯାଏଁ ସମଭବାପନ୍ନ ହୋଇ ବଞ୍ଚିବାର ରାହା ଦେଖାଏ ବିବାହ । ମାତ୍ର ସମାଜ ବଦଳୁଛି, ବିବାହ ବି ବଦଳିବାରେ ଲାଗିଛି ।
ଯେତେବେଳେ ବିବାହିତ ସ୍ୱାମୀ-ସ୍ତ୍ରୀ ଜଣେ ଅନ୍ୟ ଜଣକର ଏକ୍ଟ୍ରାମୈରିଟଲ ଅଫେୟର୍ସ ବାବଦରେ ସହମତ ଥାଆନ୍ତି । କହିବାର ତାତ୍ପର୍ଯ୍ୟ , ବିବାହ ପରେ ବି ଯଦି ସେମାନେ ରୋମାଣ୍ଟିକ ଅପେୟର ରଖନ୍ତି, ତେବେ ତାହାକୁ ଧୋକାର ଆଖ୍ୟା ଦିଆଯିବ ନାହିଁ । ଏହି ବିବାହରେ ସ୍ୱାମୀ ନିଜର ପ୍ରେମିକା ବନାଇ ପାରିବ ଓ ସ୍ତ୍ରୀ ପ୍ରେମିକ । ସାଧାରଣ ଭାଷାରେ କହିବାକୁ ଗଲେ, ବିବାହ ପରେ ବି ସେମାନେ ନିଜ ସ୍ତ୍ରୀ କିମ୍ବା ସ୍ୱାମୀ ସହ ଯୌନ କାର୍ଯ୍ୟରେ ସୁଖ ଭୋଗି ପାରୁ ନ ଥାଆନ୍ତି ତ ଏଥିରେ ସେମାନେ ଏହି କାର୍ଯ୍ୟ କରିପାରିବେ ।

କେତେ ଲେକଙ୍କ କହିବାନୁସାରେ, ଓପନ ମ୍ୟାରେଜ (Open Marriage) ଏକ ଇମାନଦାରୀ ଅଟେ । ସେପଟେ ଅନ୍ୟ କେତେକ ଲୋକ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖନ୍ତି । ଏହି ବିବାହରେ ସ୍ୱାମୀ-ସ୍ତ୍ରୀ ବିନା କୌଣସି ରୋକଠୋକରେ ନିଜର ଇଚ୍ଛା ପୂରଣ କରି ପାରନ୍ତି । ଏଥିରେ ଉଭୟ ସ୍ୱାମୀ-ସ୍ତ୍ରୀ ଇର୍ଷା କିମ୍ବା ଅସୁରକ୍ଷା ଅନୁଭବ କରି ନଥାଆନ୍ତି । ଫଳରେ ସେମାନଙ୍କ ଜୀବନରେ ମଧ୍ୟ ପ୍ରେମ ଓ ପ୍ରଣୟର ନୂଆ ପରିଭାଷା ଗଢି ଉଠେ ।

ତେବେ ବିଶେଷଜ୍ଞଙ୍କ କହିବା କଥା ହେଉଛି ଯେ, ଏହି ବିବାହରେ ବୈବାହିକ ଜୀବରେ ଝଡ ବି ସୃଷ୍ଟି ହୋଇପାରେ । ସ୍ୱାମୀ-ସ୍ତ୍ରୀ ମଧ୍ୟରେ ବିଶ୍ୱାସ ଭାଙ୍ଗି ଯାଇପାରେ । ଏହାବାଦ ଯୌନ ସଂକ୍ରମଣର ବିପଦ ବି ରହିଛି ଏହି ବିବାହରେ । ତାହାସହ ସମାଜ ମଧ୍ୟ ଏହାକୁ ସହଜରେ ଗ୍ରହଣ କରି ନ ପାରେ । ଯାହାଫଳରେ ସମ୍ପର୍କକୁ ସରସ ଓ ସୁନ୍ଦର କରିବା ଜାଗାରେ କଳଙ୍କିତ ହୋଇପାରେ ।

ଏଭଳି ବିବାହ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମାନସିକତା ଉପରେ ନିର୍ଭର କରେ । କାରଣ ସେମାନେ ଏହାକୁ ସହମତିର ସହ କରନ୍ତି । ଏହା ସମ୍ପର୍କକୁ କେବେ ସଶକ୍ତ କରେ ତ ପୁଣି କେବେ ଦୁର୍ବଳ । ଓପନ ମ୍ୟାରେଜ କରିବା ପୂର୍ବରୁ ଆପଣ ନିଜ ସାଥିର ଭାବନାକୁ ବୁଝିବାକୁ ଚେଷ୍ଟା କରନ୍ତୁ । ଯଦି ଆପଣ ଉଭୟେ ଏହାକୁ ସମ୍ଭାଳି ପାରିବାର କ୍ଷମତା ବହନ କରିପାରିବେ, ତେବେ ଏଭଳି ବିବାହ କରନ୍ତୁ । ନହେଲେ ନବୀନତାର ସନ୍ଧାନରେ ଆପଣଙ୍କ ସମ୍ପର୍କ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇପାରେ । ସାମାଜିକ ବ୍ୟବସ୍ଥାକୁ ଯଦି ଆପଣ ଉଭୟେ ସାମ୍ନା କରିବାର ସାହସ ରଖି ପାରୁଛନ୍ତି, ତେବେ ଏହି ଓପନ ମ୍ୟାରେଜ (Open Marriage) କରନ୍ତୁ । ସ୍ତ୍ରୀକୁ ବି ଖୁସି କରନ୍ତୁ ଓ ନିଜ ପ୍ରେମିକାକୁ ବି ।

Get real time updates directly on you device, subscribe now.