fbpx

୮ ତାଲାରୁ ଖସିଲା ଲିଫ୍ଟ, ୯ ଜଣ ଗୁରୁତର

Advertisement

ନୂଆଦିଲ୍ଲୀ: ନୋଏଡ଼ା ସ୍ଥିତ ଏକ ବିଲ୍ଡିଂରେ ୮ ତାଲାରୁ ଲିଫ୍ଟ ଖସି ଯିବା ଫଳରେ ସେଥିରେ ଥିବା ୯ ଜଣ ବ୍ୟକ୍ତି ଗୁରୁତର ଅହତ ହୋଇଛନ୍ତି । ଏହି ଘଟଣା ପରେ ସମସ୍ତଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି । ସୂତ୍ରରୁ ପ୍ରକାଶ ଶୁକ୍ରବାର ନୋଏଡ଼ା ସେକ୍ଟର ୧୨୫ର ରିଭର୍ ସାଇଡ୍ ଟାୱାରରେ ଏହି ଘଟଣା ଘଟିଥିଲା । ଆହତ ୯ ଜଣ ଆଇଟି କମ୍ପାନୀର କର୍ମଚାରୀ ବୋଲି ପ୍ରାଥମିକ ତଦନ୍ତରୁ ପ୍ରକାଶ । ବର୍ତ୍ତମାନ ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ଆହତ ୯ ଜଣ କର୍ମଚାରୀମାନେ ହେଲେ ପୀୟୁଷ ଶର୍ମା(୨୨), ଅଭିଷେକ ପଣ୍ଡିତ(୨୩), ଅଭିଷେକ ଗୁପ୍ତା(୨୪), ସୌରଭ କଟିଆ(୨୮), ରଜତ ଶର୍ମା(୨୯), ଶୁଭମ ଭରଦ୍ୱାଜ(୨୨), ୟଶୁ ଶର୍ମା(୨୩), ସାଗର(୨୫) ଏବଂ ଅଭିଜୀତ(୨୩) । ତେବେ ଗୁରୁତର ଆହତମାନଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଜଣାପଡ଼ିଛି ।

Get real time updates directly on you device, subscribe now.