୧୨ ବର୍ଷ ବୟସରେ ଉଠାଇଥିଲେ ୫୦ କେଜି ଚାଉଳର ବସ୍ତା: ୬ ବର୍ଷ ପରେ ଭାରତ ପାଇଁ ରଚିଲେ ଇତିହାସ

ନୂଆଦିଲ୍ଲୀ: ଇଣ୍ଟରନେସନାଲ ୱେଟଲିଫ୍ଟିଙ୍ଗ ଫେଡେରେସନର ଜୁନିୟର ୱାର୍ଲ୍ଡ ଚମ୍ପିୟାନସିପରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଭାରତର ହର୍ଷଦା ଗରୁଡ । ଏହା ସହିତ ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ପଦକ ଜିତି ସେ ଇତିହାସ ରଚିଛନ୍ତି । ତେବେ ଏହି ଖୁସି ମୁହୂର୍ତ୍ତରେ ସେ ୬ ବର୍ଷ ତଳର ଏକ ଘଟଣା କଥା ମନେ ପକାଇଛନ୍ତି ।

୧୨ ବର୍ଷ ବୟସରେ ଥିବା ବେଳେ ମଜାରେ ଏକ ୫୦ କିଲୋ ଚାଉଳ ବସ୍ତା ନିଜ ପିଠିରେ ଉଠାଇ ନେଇଥିଲେ । ଗ୍ରୀସରେ ଚାଲିଥିବା ଜୁନିୟର ୱାର୍ଲ୍ଡ ଚମ୍ପିଆନସିପରେ ୪୯କିଲୋ ଓଜନ ବର୍ଗରେ ମୋଟ ୧୫୩ କିଲୋ ଉଠାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ହର୍ଷଦା । ଏହାଦ୍ୱାରା ତାଙ୍କ ପିତାମାତାଙ୍କ ସ୍ୱପ୍ନ ମଧ୍ୟ ପୂରଣ ହୋଇଥିବା ହର୍ଷଦା ପ୍ରକାଶ କରିଛନ୍ତି । ତେବେ ତାଙ୍କର ୱେଟଲିଫ୍ଟର ହେବା ପାଇଁ ସ୍ୱପ୍ନ ଭାଙ୍ଗିଯିବା ପରେ ସେ ହର୍ଷଦାଙ୍କୁ ଏହି ମାର୍ଗରେ ପ୍ରେରଣା ଦେଇଥିଲେ ।

ଚଳିତ ସିଜନରେ ମେଡାଲ ଜିତିବା ପରେ ଏବେ ୨୦୨୮ ଅଲିମ୍ପିକ ଉପରେ ପଡିଛି ହର୍ଷଦାଙ୍କ ନଜର । କୋଚଙ୍କ ଅନୁସାରେ, କଠିନ ପରିଶ୍ରମ କରି ଆଗକୁ ବଢିବେ ବୋଲି କହିଛନ୍ତି ହର୍ଷଦା । ଆସନ୍ତା ୨୦୨୮ ଅଲିମ୍ପିକରେ ପଦକ ହାସଲ କରିବା ପାଇଁ କିଛି ବି କରିପାରେ ବୋଲି ହର୍ଷଦା ଦୃଢତା ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.