fbpx

କେନ୍ଦ୍ର ସରକାରଙ୍କୁ ଅରବିନ୍ଦ କେଜ୍ରିୱାଲଙ୍କ ଟାର୍ଗେଟ, ୧୩ ମାସ ପରେ ପ୍ରତ୍ୟାହାର କରିବାକୁ ପଡ଼ିଥିଲା କୃଷି ଆଇନ୍

Advertisement

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି(ଆପ୍)ଅରବିନ୍ଦ କେଜ୍ରିୱାଲ ବୁଧବାର କର୍ଣ୍ଣାଟକ ଗସ୍ତରେ ଯାଇଛନ୍ତି । ବାଙ୍ଗଲୋରରେ ଏକ ଜନସଭାକୁ ସମ୍ବୋଧନ କରି ସେ କେନ୍ଦ୍ରର ବିଜେପିକୁ ଜୋରଦାର ଟାର୍ଗେଟ କରିଛନ୍ତି । କେଜ୍ରିୱାଲ କହିଛନ୍ତି ରାବଣ ଭଳି କେନ୍ଦ୍ର ସରକାରଙ୍କର ମଧ୍ୟ ଅହଂକାର ରହିଥିଲା, ସେମାନେ ୩ କୃଷି ଆଇନ୍ ପାର୍ କରିଥିଲେ ।

ସେ କହିଛନ୍ତି ଯେ ସରକାରଙ୍କୁ ବହୁତ୍ ବୁଝାଇଥିଲି କି ଚାଷୀଙ୍କ ସହିତ ଲଢନ୍ତୁ ନାହିଁ, କିନ୍ତୁ ସରକାର ତାହା ଶୁଣି ନଥିଲେ । ଶେଷରେ ୧୩ ମାସ ପରେ ସରକାର ଏହି ତିନି କୃଷି ଆଇନକୁ ପ୍ରତ୍ୟାହାର କରିଥିଲେ । ଏଥି ସହିତ ସେ କହିଛନ୍ତି ଯେ ୭୫ ବର୍ଷର ସ୍ୱାଧୀନତା ପରେ ମଧ୍ୟ ଦେଶରେ କୃଷିଙ୍କ ଅବସ୍ଥା ବହୁତ୍ ଖରାପ ରହିଛି ।

ସାରା ଦେଶରେ କୃଷି ଆତ୍ମହତ୍ୟା କରୁଛନ୍ତି । ଏପରିକି କିଛି ଚାଷୀ ଏତେ ଗରିବ ଯେ ସେମାନଙ୍କ ପର ପିଢ଼ି କୃଷି କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । ଦେଶରେ ୪୫% ଲୋକେ କୃଷି ଉପରେ ନିର୍ଭର କରୁଛନ୍ତି । ଯଦି ଏହି ଲୋକେ ନିଷ୍ପତି କରି ନିଅନ୍ତି, ତେବେ ବଡ଼ରୁ ବଡ଼ ସରକାର ମଧ୍ୟ କ୍ଷମତା ହରାଇ ବସିବ ।

ଏହି ସମୟରେ ସେ କହିଛନ୍ତି ଯେ ଦିଲ୍ଲୀ ଏବଂ ପଞ୍ଜାବ ପରେ ଏବେ କର୍ଣ୍ଣାଟକରେ ଆପ୍ ସରକାର ଗଢ଼ିବ ବୋଲି କେଜ୍ରିୱାଲ କହିଛନ୍ତି । ରାଜ୍ୟରେ ୨୦୨୩ରେ ହେବାକୁ ଥିବା ନିର୍ବାଚନରେ ନିଜର ପଦଛାପ ଛାଡ଼ିବାକୁ ଚେଷ୍ଟା କରିବ ବୋଲି ବିଶେଷଜ୍ଞ କହିଛନ୍ତି ।

Get real time updates directly on you device, subscribe now.