fbpx

ଘରେ ରଖିପାରିବେ ଏତିକି ସୁନା, ଅଧିକ ମିଳିଲେ ହୋଇପାରେ ଅସୁବିଧା

କାନପୁରର ଅତର ବ୍ୟବସାୟୀ ପିୟୁଷ ଜୈନ ଠାରୁ ୬୪ କେଜିର ସୁନା ମିଳିଛି । ଯାହାର ବଜାର ମୂଲ୍ୟ ପ୍ରାୟ ୩୨ କୋଟି ହେବ । ତେବେ ଏହି ସୁନାକୁ ସେ ବେଆଇନ ଭାବରେ ରଖିଥିଲା । ଯାହ ଏବେ ତାକୁ ଅସୁବିଧାରେ ପକାଇଛି । ଏହା ସହ ସେ ଜିଏସଟି ମଧ୍ୟ ଫାଙ୍କିଥିଲା । ତେବେ କ’ଣ ଆପଣ ଜାଣନ୍ତି ଯେ ଜଣେ ସାଧାରଣ ଲୋକ ଘରେ କେତେ ସୁନା ରଖିପାରିବେ? ଆସନ୍ତୁ ଜାଣିବା ଏଥିପାଇଁ କ’ଣ ରହିଛି ନିୟମ ।

ସରକାରୀ ନିୟମ ଅନୁଯାୟୀ, ବିବାହିତ ମହିଳା ଘରେ ୫୦୦ ଗ୍ରାମ, ଅବିବାହିତ ମହିଳା ୨୫୦ ଗ୍ରାମ ଏବଂ ପୁରୁଷ ୧୦୦ ଗ୍ରାମ ସୁନା ରଖିପାରିବେ । ଏହି ନିୟମ ଅନୁଯାୟୀ ସୁନା ରଖିଲେ ଇନକମ ପ୍ରୁଫ୍ ଦେଖାଇବାକୁ ପଡ଼ିବ ନାହିଁ । ଆୟକର ବିଭାଗ ଏହାକୁ ଜବତ ମଧ୍ୟ କରିପାରିବେନି ।

କିନ୍ତୁ ଯଦି ଧାର୍ଯ୍ୟ ଲିମିଟ୍ ଠାରୁ ଅଧିକ ସୁନା ଘରେ ରଖୁଛନ୍ତି ତେବେ ବ୍ୟକ୍ତିଙ୍କୁ ଇନକମ୍ ପ୍ରୁଫ୍ ଦେଖାଇବାକୁ ପଡ଼ିବ । ଯେଉଁଥିରେ ସୁନା କେଉଁଠୁ ଆସିଲା କେବେ କେଉଁଠାରୁ କିଣିଲେ ଏଡା ସହ ଜଡ଼ିତ ପ୍ରମାଣ ଦେଖାଇବାକୁ ପଡ଼ିବ ।

Get real time updates directly on you device, subscribe now.