fbpx

ଭାରତରେ ବ୍ରିଟେନର ନୂତନ ହାଇକମିଶନ ହେଲେ ଲିଣ୍ଡି କ୍ୟାମେରନ୍‌, ଏଲେକ୍ସ ଏଲିସଙ୍କ ସ୍ଥାନରେ ହେଲେ ନିଯୁକ୍ତ

ନୂଆଦିଲ୍ଲୀ: ବ୍ରିଟେନର ନୂତନ ହାଇକମିଶନ ଭାବରେ ଲିଣ୍ଡି କ୍ୟାମେରନ୍ ବର୍ତ୍ତମାନ ଭାରତରେ ନିଯୁକ୍ତ ହୋଇଛନ୍ତି । ଭାରତରେ ଏଲେକ୍ସ ଏଲିସଙ୍କ ସ୍ଥାନରେ ନିଯୁକ୍ତ ହୋଇଛନ୍ତି ଲିଣ୍ଡି କ୍ୟାମେରନ୍ । ଗୁରୁବାର ଭାରତ ସ୍ଥିତ ବ୍ରିଟେନ୍ ଦୂତାବାସ ଏହି ସୂଚନା ପ୍ରଦାନ କରିଛି । ତେବେ ଏହି ନିଯୁ୍‌କ୍ତିକୁ ନେଇ ଲିଣ୍ଡି କ୍ୟାମେରନ୍ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଛନ୍ତି ।

ଗରୁବାର ବ୍ରିଟେନ ସରକାର ଦ୍ୱାରା ଜାରି କରାଯାଇଥିବା ଏକ ବିବୃତ୍ତିରୁ ପ୍ରକାଶ ଯେ ଚଳିତ ମାସରୁ କ୍ୟାମେରନ୍ କାର୍ଯ୍ୟଭାର ସମ୍ଭାଳିବେ । ୨୦୨୦ରେ କ୍ୟାମେରୁନ୍ ବ୍ରିଟେନର ଜାତୀୟ ସାଇବର ସୁରକ୍ଷା କେନ୍ଦ୍ରର ମୁଖ୍ୟ କାର୍ଯ୍ୟକାରୀ ଭାବରେ କାର୍ଯ୍ୟରତ ଥିଲେ । ସେ ବ୍ରିଟେନର ଉତ୍ତର ଆୟରଲ୍ୟାଣ୍ଡ କାର୍ଯ୍ୟାଳୟର ମହାନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ଲିଣ୍ଡି କ୍ୟାମେରୁନଙ୍କ ନିଯୁକ୍ତି ଏପରି ଏକ ସମୟରେ ହୋଇଛି ଯେତେବେଳେ ବ୍ରିଟେନ ଏବଂ ଭାରତ ମଧ୍ୟରେ ଦୀର୍ଘ ସମୟ ଧରି ବିଚାରଧୀନ ମୁକ୍ତ ବ୍ୟାପାର ବୁଝାମଣା ପାଇଁ ଆଲୋଚନାରେ ଅଛନ୍ତି । ତେବେ ଲିଣ୍ଡି କ୍ୟାମେରନଙ୍କ ଏହି ନିଯୁକ୍ତି ପରେ ଏହି ଲମ୍ବିତ ଆଲାଚନା କୌଣସି ରୂପ ନେଇପାରେ ବୋଲି ଆଶା କରାଯାଉଛି ।

 

Get real time updates directly on you device, subscribe now.