fbpx

କର୍ଣ୍ଣାଟକରେ ବିଜେପିର କାଷ୍ଟ ପଲିଟିକ୍ସ: ଲିଙ୍ଗାୟତ ସମ୍ପ୍ରଦାୟର ଏହି ବ୍ୟକ୍ତି ନେଇପାରନ୍ତି ୟେଦ୍ୟୁରପ୍ପାଙ୍କ ସ୍ଥାନ

Advertisement

ବେଙ୍ଗାଲୁରୁ: ସୋମବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଥିଲେ । ଏହା ପରେ କିଏ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଲିଙ୍ଗାୟତ ସମ୍ପ୍ରଦାୟର ଜଣେ ନେତାଙ୍କ ନାମ ଆଗକୁ ଆସିଛି । ଲିଙ୍ଗାୟତ ସମ୍ପ୍ରଦାୟକୁ ପ୍ରଭାବିତ କରିବା ପାଇଁ ବିଜେପି ପକ୍ଷରୁ ବାସଭରାଜ ବୋମ୍ମାଇଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନେଇ ଅନୁମାନ କରାଯାଇଛି ।

ବୋମ୍ମାଇଙ୍କ ନାମ ଆଗାମୀ ମୁଖ୍ୟମନ୍ତ୍ରୀ ତାଲିକାରେ ସବୁଠାରୁ ଆଗୁଆ ରହିଛି । ଲିଙ୍ଗାୟତ ସମ୍ପ୍ରଦାୟର ଏହି ନେତା ବର୍ତ୍ତମାନ କର୍ଣ୍ଣରାଟକର ଗୃହମନ୍ତ୍ରୀ ଦାୟିତ୍ୱରେ ରହିଛନ୍ତି । ୟେଦ୍ୟୁରପ୍ପାଙ୍କ ଘନିଷ୍ଠ ସହଯୋଗୀ ରହିଥିବା ବୋମ୍ମାଇ ଜନତା ଦଳର ସଦସ୍ୟ ଅଟନ୍ତି । ୨୦୦୮ରେ ସେ ବିଜେପିରେ ଯୋଗ ଦେଇଥିଲେ । ତାଙ୍କ ପିତା ଏସ ଆର ବୋମ୍ମାଇ ମଧ୍ୟ ପୂର୍ବରୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ରହି ସାରିଛନ୍ତି । ଆଜି ସନ୍ଧ୍ୟା ୭ଟାରେ ବିଜେପିର କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ସମ୍ପର୍କରେ ଆଲୋଚନା ହେବ ବୋଲି ଜଣାପଡିଛି । ଏହି ବିଧାୟକ ଦଳ ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜି କିଶାନ ରେଡ୍ଡୀ ଓ ଅରୁଣ ସିଂ ଯୋଗ ଦେବେ ବୋଲି ଜଣାପଡିଛି ।

Get real time updates directly on you device, subscribe now.