fbpx

ମଦ ପିଇବାର ଲିମିଟ୍ ଆମେ ସ୍ଥିର କରିପାରିବୁ ନାହିଁ: ବ୍ୟାନର ଦାବିକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ‘ଯଦି ଯୁବକମାନେ ଅତ୍ୟଧିକ ମଦ୍ୟପାନ କରୁଛନ୍ତି ତେବେ ଏହା ସେମାନଙ୍କ ପସନ୍ଦ ହୋଇପାରେ । ଏହାକୁ ନିୟନ୍ତ୍ରଣ କରିବା ରାଜ୍ୟର କାମ ନୁହେଁ ।’ ଜଣେ ଡାକ୍ତରଙ୍କ ଆବେଦନ ଉପରେ ସରକାର ଏହା କହିଛନ୍ତି । ସେ ସାରା ଦେଶରେ ମଦ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଥିଲେ । ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ଡାକ୍ତର ଏବଂ ଯୁବକମାନଙ୍କୁ ମଦ୍ୟପାନରୁ ନିବୃତ୍ତ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନ କରିଥିଲେ ।

ଡାକ୍ତରଙ୍କ ଯୁକ୍ତି ଥିଲା ଯେ, ଯୁବକମାନେ ଅତ୍ୟଧିକ ମଦ୍ୟପାନ କରୁଥିଲେ । ଏପରିକି କୋର୍ଟ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବେଞ୍ଚ କହିଛି ଯେ, ‘ଆଚ୍ଛା, ଯଦି କାଲି ଯୁବାମାନେ ଆସି କହିବେ କି ସୋମନେ ଲିମିଟରେ ପିଉଛନ୍ତି ଓ ଏହା ଯୁକ୍ତି କରିବେ କି ଏହା ତାଙ୍କ ପାଇଁ ଅଧିକ ନୁହେଁ ।’

ସୁପ୍ରିମକୋର୍ଟରେ ଜଷ୍ଟିସ ସଞ୍ଜୟ କିଶନ କୌଲଙ୍କ ଅଧ୍ୟକ୍ଷତାରେ ବେଞ୍ଚ ଏହି ପିଟିସନ ଉପରେ ଶୁଣାଣି କରିବାକୁ ମନା କରି କହିଥିଲେ ଯେ, ‘ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବା ଆଦେଶ ଦ୍ୱାରା ଲୋକଙ୍କ ଉପରେ ରାଜ୍ୟ ଅଧିକ ନିୟନ୍ତ୍ରଣ ହୋଇଯିବ । ଏହା ଅଧିକ ସମସ୍ୟା ସୃଷ୍ଟି କରିପାରେ । ଆବେଦନକାରୀ ଡାକ୍ତରଙ୍କ ପକ୍ଷରୁ କୁହାଯାଇଥିଲା ଯେ ଯୁବକମାନେ ଅତ୍ୟଧିକ ମଦ୍ୟପାନ କରୁଛନ୍ତି । ଏକ ଅଧ୍ୟୟନ ଅନୁଯାୟୀ, ମଦ୍ୟପାନ ଲଗାତାର ଭାବରେ ବୃଦ୍ଧି ପାଉଛି ।

Get real time updates directly on you device, subscribe now.