fbpx

ଏହି ୪ଦିନ ବନ୍ଦ ରହିବ ମଦ କାରବାର, ସରକାର ଘୋଷଣା କଲେ ଡ୍ରାଏ ଡେ’

Advertisement

ନୂଆଦିଲ୍ଲୀ: ମଦ ପିଉଥିବା ଲୋକଙ୍କ ପାଇଁ ବଡ଼ ଖବର । ଏବେ ଏହି ୪ଦିନ ମିଳିବନି ମଦ । ଏନେଇ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ଏହି ୪ଦିନକୁ ଡ୍ରାଏ ଡେ ରୂପେ ପଳନ କରାଯାିବା ନେଇ ନିଷ୍ପତ୍ତି ନିଆଯାଇଛି । ଆସୁଥିବା ପର୍ବପର୍ବଣୀ ଲାଗି ୪ ଦିନ ଡ୍ରାଏ ଡେ’ ଘୋଷଣା କରିଛନ୍ତି ସରକାର ।

ସୂଚନା ଅନୁଯାୟୀ, ଦିଲ୍ଲୀ ସରକାର ଅରବିନ୍ଦ କେଜ୍ରିୱାଲ ଆଗକୁ ଆସୁଥିବା ପର୍ବପର୍ବାଣୀ ପାଇଁ ୪ ଦିନ ଡ୍ରାଏ ଡେ ଘୋଷଣା କରିଛନ୍ତି । ସରକାରଙ୍କ ତରଫରୁ କୁହାଯାଇଛି ଯେ, ମହରମ, ସ୍ୱାଧୀନତା ଦିବସ, ଜନ୍ମାଷ୍ଟମୀ ଏବଂ ଇଦ୍-ଇ-ମିଲାଦରେ ମଦ ଦୋକାନ ବନ୍ଦ ରହିବ ।

୨୯ ତାରିଖରେ ମହରମ ଅଟେ । ୧୫ ଅଗଷ୍ଟ ଦିନ ସ୍ୱଧୀନତା ଦିବସ ହୋଇଥିବାରୁ କାଉଁଣ୍ଟରରେ ମଦ କାରବାର ବନ୍ଦ ରହିବ । ଏହାବ୍ୟତୀତ ୬ ସେପ୍ଟେମ୍ବରରେ ଜନ୍ମଷ୍ଟମୀ ଏବଂ ୨୭ ସେପ୍ଟେମ୍ବରରେ ଇଦ-ଇ-ମିଲାଦ ଅଛି । ଏହି ସମସ୍ତ ତାରିଖରେ ଦିଲ୍ଲୀରେ ମଦ ଦୋକାନ ବନ୍ଦ ରହିବ ।

Get real time updates directly on you device, subscribe now.