Video ଦେଖିଲେ ଆତ୍ମା କାନ୍ଦି ଉଠୁଛି… କେଡେ ବେଦରଦୀ ମଣିଷ, କୁନି ଝିଅର ପେଟ ପୂରାଇବା ପାଇଁ ନାହିଁ କାହା ପାଖେ ମନ
ଦେଶରେ ଶିଶୁ ମୃତ୍ୟୁ ହାର ୩.୧ ପ୍ରତିଶତ । ୧୨୭ ଦେଶ ଭିତରୁ ୧୦୫ତମ ସ୍ଥାନରେ ରହିଛି ଭାରତ । ଅଇଁଠା ବାସନ ପାଲଟିଛି ପିଲାଙ୍କ ସମ୍ପୂର୍ଣ୍ଣ ଆହାର ।
ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓ ଲୋକଙ୍କୁ ପସନ୍ଦ ଆସୁଛି ତା’ ଉପରେ ସମସ୍ତଙ୍କ ଫୋକସ ରହୁଛି । ସେହି ଭିଡିଓକୁ ହିଁ ଲୋକ ଅଧିକାଂଶ ମାତ୍ରାରେ ଶେୟାର କରିବାରେ ଲାଗିଛନ୍ତି ।
ଏକ୍ସରେ ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଗୋଟିଏ କୁନି ଝିଅ ଅଇଁଠା ଗୋଟେଇ ଖାଉଛି । ଭିଡିଓକୁ ଦେଖିଲେ ଲାଗୁଛି, କୌଣସି ମ୍ୟାରେଜ୍ ପାର୍ଟି ଚାଲୁଛି । ଲୋକମାନେ ଭୋଜି ଖାଇସାରି ଅଇଁଠା ବାସନ ଗୋଟିଏ ସିଲଭର କୁଣ୍ଡରେ ପକାଉଥିବାବେଳେ କୁନି ଝିଅଟି କୁଣ୍ଡରେ ପଡ଼ୁଥିବା ଅଇଁଠା ବାସନରୁ ଗୋଟିଏ ହାତରେ ଖାଦ୍ୟ ଗୋଟେଇ ରଖୁଛି ଆଉ ଅନ୍ୟ ହାତରେ ତାକୁ ଖାଉଛି ।
ଭୋକୋରେ ଭାରତ : ଲୋକ ସେଠାରେ ଥାଇ ମଧ୍ୟ ଏ ଦୃଶ୍ୟକୁ କେହି ହୃଦବୋଧ କରୁ ନାହାନ୍ତି । କେହି ସେ ପିଲାଟିକୁ ଖାଇବାକୁ ମୁଠେ ଦେଇପାରୁ ନାହାନ୍ତି ।
୨୦୨୪ ଗ୍ଲୋବାଲ ହଙ୍ଗର ଇନଡେକ୍ସରେ ଭାରତ ୧୨୭ ଦେଶ ଭିତରୁ ୧୦୫ତମ ସ୍ଥାନରେ ରହିଛି । ଭାରତରେ ଅଧିକାଂଶ ଲୋକ ଭୋକ ଓପାସରେ ରହୁଥିବା କୁହାଯାଉଛି । ଏଥିରେ ଭାରତର ସ୍କୋର ରହିଛି ୨୭.୩ ।
ଦେଶରେ କୁପୋଷଣ ଏବଂ ଖାଦ୍ୟାଭାବର ସମସ୍ୟା କ୍ରମାଗତ ବଢ଼ିବାରେ ଲାଗିଛି । ସେହିପରି ଦେଶରେ ଶିଶୁ ମୃତ୍ୟୁ ହାର ୩.୧ ପ୍ରତିଶତ ଥିବାବେଳେ ଦେଶରେ ୧୬.୬ ପ୍ରତିଶତ ଜନସଂଖ୍ୟା କୁପୋଷଣର ଶିକାର ହେଉଛନ୍ତି ।
वैश्विक भुखमरी सूचकांक में भारत की स्थिति:-
● 2013 – 63
● 2024 – 105 😭
ये तस्वीर ही काफी है आज के दौर के भारत को जानने और समझने के लिए। pic.twitter.com/GNcjsxsA1D— Hansraj Meena (@HansrajMeena) January 20, 2025