ତରଭୁଜ କାଟିଲା ବେଳେ ଲିଭ୍ ଇନ୍ ପାର୍ଟନର ଛାତିରେ ଛୁରୀ ଭୁସିଲା ପ୍ରେମିକା! ବୟଫ୍ରେଣ୍ଡ ମୃତ

ଗୁରୁଗ୍ରାମ : ଦିନକୁ ଦିନ ମୃତ୍ୟୁର ସଂଖ୍ୟା ବଢିବାରେ ଲାଗିଛି । ଏହିଭଳି ଏକ ଖବର ଆସିଛି ହରିୟାଣାର ଗୁରୁଗ୍ରାମରୁ । ଛାତିରେ ଛୁରୀ ଭୁସି ହେବା ପରେ ଯୁବକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆ ଯାଇଛି, ସେଠାରେ ଚିକିତ୍ସିତ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ଘଟିଛି । ଯୁବକଙ୍କୁ ହସ୍ପିଟାଲ ତାଙ୍କ ଲିଭ ଇନ ପାର୍ଟନର ନେଇ ପହଞ୍ଚିଥିଲେ । ଯୁବକଙ୍କ ମୃତ୍ୟୁ ସନ୍ଦେହ ଜନକ ଭାବି ପୋଲିସ ହତ୍ୟାର ମାମଲା ରୁଜୁ କରାଇ ତାଙ୍କ ଲିଭ ଇନ ପାର୍ଟନରଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ,୩୫ ବର୍ଷୀୟ ଯୁବକ ସନ୍ଦୀପ ଏବଂ ୨୫ ବର୍ଷୀୟ ତାଙ୍କ ପ୍ରେମୀ ପୂଜା ଦୁହେଁ ଲିଭ ଇନ ରିଲେସନରେ ୪ବର୍ଷ ହେବ ରହି ଆସୁଛନ୍ତି । ଗୁରୁବାର ରାତିରେ ତରଭୁଜ କାଟି ଯୁବକଙ୍କ ଛାତିରେ ଛୁରୀରେ ଜୋର ଆଘାତ ହୋଇଥିବା ବେଳେ, ଯୁବତୀ ଜଣଙ୍କ ତାଙ୍କୁ ତୁରନ୍ତ ନାରାୟଣ ସୁପର ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଛି । କିନ୍ତୁ ଏଠାରେ ସନ୍ଦେହର କାରଣ ଏହା ଯେ ତରଭୁଜ କାଟିବା ସମୟରେ ଛାତିରେ ଛୁରୀ ଆଘାତ ହେଲା କିପରି ? କଣ ରହିଛି ଏହି ମୃତ୍ୟୁ ପଛର ଖବର ….?

ଖବର ପାଇ ହସ୍ପିଟାଲରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ସହିତ ମାମଲାର ସଠିକ ଯାଞ୍ଚ କରିବା ପାଇଁ ପୂଜାକୁ ଅଟକ ରଖି ପଚରା ଉଚରା କରିଛି । ପରେ ଡିଏଲଏଫ ବିକାଶ କୌଶିକ କହିଥିଲେ ଯେ ପୋଲିସକୁ ଯୁବକଙ୍କ ସାଥି ପୂଜାର କଥାକୁ ନେଇ ସନ୍ଦେହ ଉପୁଯିଛି । ତେଣୁ ପୋଲିସ ପୂଜାକୁ ଗିରଫ କରି ମାମଲାର ଯାଞ୍ଚ ଆଗକୁ ବଢାଇଛି ।