fbpx

ସ୍ତ୍ରୀଙ୍କ ସହ କରୁଥିଲେ ଲାଇଭ୍ ସେକ୍ସ, ରୋଜଗାର କରୁଥିଲେ ଲକ୍ଷ ଲକ୍ଷ ଟଙ୍କା

ନୂଆଦିଲ୍ଲୀ, ୧୫ା୧: କଥାରେ ଅର୍ଥ ହିଁ ସମସ୍ତ ଅନର୍ଥ ମୂଳ କାରଣ । ମଧ୍ୟପ୍ରଦେଶର ଜଣେ ବ୍ୟକ୍ତି ଅର୍ଥ ଲୋଭରେ ଏପରି ଏକ ଆଶ୍ଚର୍ଯ୍ୟଜନକ କାଣ୍ଡ କରିଛନ୍ତି । ସେ ବିଭିନ୍ନ ଆପ୍ ଜରିଆରେ ସ୍ତ୍ରୀଙ୍କ ସହ ଲାଇଭ ସେକ୍ସ କରୁଥିବା ଜଣାପଡ଼ିଛି । ଉକ୍ତ ଭିଡିଓକୁ ରେକର୍ଡିଂ କରି ସେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ । ତେବେ ଉକ୍ତ ବ୍ୟକ୍ତିଙ୍କୁ ପୋଲିସ କରିଥିବା ଜଣାପଡ଼ିଛି ।

ଆପଣଙ୍କ ପାଖକୁ ମଧ୍ୟ ଏପରି କିଛି ଫୋନ ଆସିପାରେ । ଉକ୍ତ ବ୍ୟକ୍ତିଙ୍କ ଦ୍ୱିତୀୟ ସ୍ତ୍ରୀ ତାଙ୍କ ଉପରେ ଧମକ, ଦୁଷ୍କର୍ମ ଆଦି ମାମଲା ଦାୟର କରିଛନ୍ତି । ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ବ୍ୟକ୍ତି ଜଣକ ଉଚ୍ଚଶିକ୍ଷିତ ହୋଇନଥିବା ବେଳେ ଟେକ୍ନୋଲୋଜି ବିଷୟରେ ସେ ବହୁତ କିଛି ଜାଣିଛନ୍ତି ।

ସେ ଆପ ମାଧ୍ୟମରେ ବିଭିନ୍ନ ଲୋକଙ୍କୁ ଲୋଭର ବଶବର୍ତ୍ତୀ କରିପାରୁଥିଲେ । ବିଭିନ୍ନ ପ୍ରକାର ସର୍ଭିସ ପାଇଁ ଅଲଗା ଅଲଗା ଚାର୍ଜ ନେଉଥିଲେ । ତାଙ୍କର ଆକାଉଣ୍ଟରେ ୬ ଲକ୍ଷର ନେଣଦେଣ ହୋଇଥିବା ପୋଲିସ ଜାଣିବାକୁ ପାଇଛି । ସେ ଦିନକୁ ପ୍ରାୟ ୩ରୁ ୪ ହଜାର ପର୍ଯ୍ୟନ୍ତ ଟଙ୍କା କମାଉଥିଲେ । ଭିଡିଓ କନଫରେନ୍ସରେ ମଧ୍ୟ ସ୍ୱାମୀ ସ୍ତ୍ରୀ ଲାଇଭ ସେକ୍ସ କରୁଥିବା ଜଣାପଡ଼ିଛି । ଉଭୟ ପ୍ରଥମ ଓ ଦ୍ୱିତୀୟ ପତ୍ନୀଙ୍କୁ ଅଭିଯୁକ୍ତ ବିଭିନ୍ନ ବାହାନାରେ ଫସାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।

Get real time updates directly on you device, subscribe now.