fbpx

(Video) ଆକାଶରୁ ଖସିଲା ବିଜୁଳି: ଗଛ ହୋଇଗଲା ୨ ଫାଳ, ଦେଖନ୍ତୁ ଲୋମ ଟାଙ୍କୁରା ଦୃଶ୍ୟ

ନୂଆଦିଲ୍ଲୀ: ଦେଶରେ ମୌସୁମୀ ବାୟୁ ପ୍ରବେଶ କରିବା ପରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେଉଥିବା ଦେଖିବାକୁ ମିଳୁଛି । ଏପରି ଋତୁରେ ବିଜୁଳି ମାରିବା ଅତି ସାଧାରଣ କଥା । ବର୍ଷା ସମୟେ ଗଛ ତଳେ ଠିଆ ନହେବାକୁ ପ୍ରାୟ ସମସ୍ତେ ପରାମର୍ଶ ଦେଇଥାନ୍ତି । କାହିଁକି ନା ଆକାଶୀୟ ବିଜୁଳି ପ୍ରଥମେ ଗଛ ଉପରେ ପଡିଥାଏ ।

କିନ୍ତୁ ଲୋକମାନେ ଏହି କଥାକୁ ଅଣଦେଖା କରନ୍ତି ଏବଂ ବର୍ଷାରେ ଓଦାହେବାରୁ ବଞ୍ଚିବା ପାଇଁ ଗଛ ତଳେ ଠିଆହୁଅନ୍ତି ଓ ବଜ୍ରପାତର ଶିକାର ହୁଅନ୍ତି । ଏବେ ସୋସିଆଲ ମିଡିଆରେ ଗଛ ଉପରେ ବଜ୍ରପାତ ହେବାର ଲାଇଭ୍ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓ ଏତେ ଭୟଙ୍କର ଯେ, ଦେଖୁଥିବା ଲୋକଙ୍କର ଲୋମ ଟାଙ୍କୁରି ଯିବ । ଏହି ଭିଡିଓ କେଉଁଠିକାର, ତାହା ବର୍ତ୍ତମାନେ ସୁଦ୍ଧା ଜଣାପଡି ନାହିଁ ।

Get real time updates directly on you device, subscribe now.