ଲଭ୍-ସେକ୍ସ-ଧୋକାର ଆଉ ଏକ କରୁଣ କାହାଣୀ, ପ୍ରେମିକାକୁ ସୁଟକେସରେ ଭର୍ତ୍ତି କରି ଜାଳିଲା ପ୍ରେମିକ
ଶିଳ୍ପା ଚାହୁଁଥିଲା ଅମିତ ଖାଲି ତା’ର ହୋଇ ରହୁ । କିନ୍ତୁ ଅମିତ ଆଉ ଭଉଣୀ ପ୍ରେମରେ ବାନ୍ଧି ହୋଇ ରହିବାକୁ ଚାହୁଁ ନ ଥିଲା ।
ନୂଆଦିଲ୍ଲୀ: ପ୍ରେମ, ପ୍ରତାରଣା ଆଉ ତା’ ପରେ ହତ୍ୟା । ରାଜଧାନୀ ଦିଲ୍ଲୀରୁ ଆସିଛି ଏମିତି ଏକ ଖବର ଯାହା ଆପଣଙ୍କ ମନରେ ଛନକା ପଶାଇ ଦେବ । ୨୨ ବର୍ଷିୟ ଯୁବକ ପ୍ରେମିକାକକୁ ହତ୍ୟା ଅଭିଯୋଗରେ ବନ୍ଧା ହୋଇଛି ।
ସ୍ୱାର୍ଥପର: ଅମିତର ପ୍ରେମରେ ପାଗଳୀ ଥିଲା ସୁରତର ଶିଳ୍ପା (୨୩) । ଯେଉଁ କାରଣରୁୁ ଘରଦ୍ୱାର ଛାଡ଼ି ସେ ଦାଦାପୁଅ ଭାଇ ସହ ରହିବା ପାଇଁ ଗାଜିଆବାଦ୍ ଚାଲିଆସିଥିଲା । ଶିଳ୍ପା ଚାହୁଁଥିଲେ ଅମିତ କେବଳ ତାଙ୍କର ହୋଇ ରହୁ । ସେଥିପାଇଁ ଅମିତ ନିଜ ବାପା ମା’ଙ୍କୁ ଛାଡ଼ିବାପାଇଁ ଶିଳ୍ପା ବାଧ୍ୟ କରୁଥିଳା । ଏ କଥାକୁ ନେଇ ଉଭୟଙ୍କ ମଧ୍ୟରେ କଳିଗୋଳ ହେଉଥିଲା । ଦୁଇଜଜଣଯାକ ଲିଭ ଇନରେ ରହୁଥିଲେ ।
ଅମିତର ମନ ଶିଳ୍ପାଙ୍କଠାରୁ ଭରିଯାଇଥିଲା । ଯେଉଁକାରଣ ପାଇଁ ସେ ଆଉ ଶିଳ୍ପାଙ୍କ ପାଖରେ ରହିବାକୁ ଚାହୁଁ ନ ଥିଲା । ଶନିବାର ଦିନ ଏହି କଥାକୁ ନେଇ ଉଭୟଙ୍କ ଭିତରେ ପାଟିତୁଣ୍ଡ ହେଲା । ମଦ ପିଇଥିବା ଅମିତ ଆୟତ ହରାଇ ଶିଳ୍ପାଙ୍କ ତଣ୍ଟିଚିପି ମାରିଦେଲା । ସମ୍ପର୍କରେ ଅମିତ ଓ ଶିଳ୍ପା ସମ୍ପର୍କୀୟ ଭାଇ ଉଭଣୀ ଥିଲେ ।
ବ୍ରେକଅପ୍: ଏହାପରେ ଅମିତ ତା’ର ଆଉ ଜଣେ ସାଙ୍ଗକୁ ଡାକି ଶିଳ୍ପା ମୃତଦେହକୁ ହଟାଇବାର ବ୍ୟବସ୍ଥା କଲା । ରାତି ୯ଟାରୁ ୧୨ ଟା ପର୍ଯ୍ୟନ୍ତ ଶବକୁ ସାଥିରେ ଧରି ବୁଲିଲେ । ୩ ଘଣ୍ଟା ପରେ ଗାଜିପୁରର ଏକ ଅଳିଆ ଗଦା ନିକଟରେ ଅମିତ ଓ ଅନୁଜ ସୁଟକେସ ଉପରେ ଡିଜେଲ ଢ଼ାଲି ପୋଡ଼ିବାକୁ ଲାଗିଲେ । ଶୀତ ରାତିରେ ଯୁବକ ଅଳିଆ ପୋଡ଼ି ଶେକି ହେଉଥିବା ଭାବି କେହି ତାଙ୍କ ଆଡ଼କୁ ଦୃଷ୍ଟି ଦେଲେନାହିଁ ।
ସୁଟକେସ୍ ଜଳିଯିବ ଭାବି ଦୁହେଁ ଫେରିଆସିଲେ । କିନ୍ତୁ କିଛି ସମୟ ପରେ କେତେଜଣ ଲୋକ ଦରପୋଡ଼ା ମୃତଦେହକୁ ଦେଖି ପୋଲିସକୁ ସୂଚନା ଦେଲେ । ଯାହାପରେ ପୋଲିସ ଦରପୋଡ଼ା ଶରୀରକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କଲା । ଟ୍ରାକିଂ ଟେକନିକ୍ ଏବଂ ଫୁଟେଜ ଆଧାରରେ ଅମିତକୁ ପୋଲିସ ସୋମବାର ଗିରଫ କରିଛି ।