fbpx

ମହର୍ଷି କଲେଜରେ ଗଣ୍ଡଗୋଳ: ଛାତ୍ରଙ୍କୁ ରଡରେ ପିଟିଲେ ଲୋକାଲ ପିଲା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ମହର୍ଷି କଲେଜରେ ଲୋକାଲ ପିଲାଙ୍କ ଗୁଣ୍ଡାଗର୍ଦ୍ଦି ଦେଖିବାକୁ ମିଳିଛି । କଲେଜରେ ପଶି ଜଣେ ଛାତ୍ରଙ୍କୁ ନିର୍ଧୁମ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି । ସଂଘବଦ୍ଧ ଭାବରେ କିଛି ପିଲା କଲେଜରେ ପଶି +୨ ପ୍ରଥମ ବର୍ଷର ଛାତ୍ରଙ୍କୁ ମାଡ ମାରିଥିବା ବେଳେ ଛାତ୍ର ଜଣକ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ପୋଲିସ ଖବର ପାଇଁ ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି ।

ସୂଚନା ଅନୁସାରେ, ସ୍ଥାନୀୟ ଝାରପଡା ଅଞ୍ଚଳର ଦୁଇ ଜଣ ଯୁବକ କିଛି ଦିନ ତଳେ କଲେଜ କ୍ୟାମ୍ପସରେ ବିଶୃଙ୍ଖଳା ସୃଷ୍ଟି କରିଥିଲେ । କଲେଜର ଛାତ୍ରୀଙ୍କୁ କମେଣ୍ଟ କରିବା ସହ ଅସଦାଚରଣ କରିଥିଲେ ଏହି ଯୁବକ । ଯାହାକୁ ସେଠାରେ ଉପସ୍ଥିତ କିଛି ଛାତ୍ର ବିରୋଧ କରିଥିଲେ । ତେବେ କଲେଜର ପ୍ରିନ୍ସିପାଲଙ୍କ ନିକଟରେ ଅଭିଯୋଗ ଲେଖିବା ପରେ ଏମାନଙ୍କ ସେଦିନୁ ଛାଡି ଦିଆ ଯାଇଥିଲା । ଆଜି ଏହି ଯୁବକମାନେ ସେହି ଘଟଣାର ପ୍ରତିଶୋଧ ନେବାକୁ ଯାଇ ଏପରି କାଣ୍ଡ ଘଟାଇଛନ୍ତି । ଦେିନର ଘଟଣାକୁ କେନ୍ଦ୍ର କରି ଜଣେ ଛାତ୍ରଙ୍କୁ ଟାର୍ଗେଟ କରିଥିଲେ ଝାରପଡାର ୧୦ରୁ ଅଦିକ ଯୁବକ । ଆଜି ଦଳବଳ ସହ ମାରଣାସ୍ତ୍ର ଧରି କଲେଜ କ୍ୟାମ୍ପସରେ ପହଞ୍ଚିଥିଲେ ଏମାନେ । ତେବେ କିଛି କହିବା ପୂର୍ବରୁ ୫ ଜଣ ଛାତ୍ରଙ୍କୁ ଲୁହା ରଡ ଏବଂ ବ୍ୟାଟ୍, ହକି ଷ୍ଟିକ ଇତ୍ୟାଦିରେ ପିଟି ଦେଇଥିଲେ ।

୫ ଜଣ ଛାତ୍ର ଲହୁଲୁହାଣ ହୋଇଥିବା ବେଳେ ଜଣେ ଛାତ୍ର ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେପଟେ ପୋଲିସ ମଧ୍ୟ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଛି । ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବା ସହ ସିସିଟିଭି ଯାଞ୍ଚ କରି ଉତ୍ତ୍ୟକ୍ତ ଛାତ୍ରଙ୍କୁ ବୁଝାସୁଝା କରୁଛି ପୋଲିସ । ଏହାସହିତ ମାମଲାରେ ସମ୍ପୃକ୍ତ ସମସ୍ତ ଅଣଛାତ୍ରଙ୍କୁ ଚିହ୍ନଟ କରାଯାଇ ଗିରଫ କରିବା ପାଇଁ ପୋଲିସ ପ୍ରତିଶ୍ରୁତି ଦେଇଛି ।

Get real time updates directly on you device, subscribe now.