fbpx

୯୦ ବର୍ଷ ପରେ କ୍ୟାମେରାରେ ଦେଖାଗଲା ‘ଲୋଚ୍ ନେସ୍ ମନଷ୍ଟର’! ବୈଜ୍ଞାନିକଙ୍କ ରିସର୍ଚ୍ଚ ସଫଳ

ନୂଆଦିଲ୍ଲୀ: ଅନେକ ସମୟରେ କ୍ୟାମେରାରେ କିଛି ଏଭଳି ଜିନିଷ ରେକର୍ଡ ହୋଇଯାଏ, ଯାହାକୁ ପରେ ଦେଖିଲେ ବିଶ୍ୱାସ କରି ହୁଏ ନାହିଁ । ବିଭିନ୍ନ ସମୟରେ ଏଲିଅନ୍ସ ଏବଂ ୟୁଏଫଓ ଦେଖାଯିବା ଘଟଣା ସାମନାକୁ ଆସିଥାଏ । ପୃଥିବୀରେ ଏମିତି ଅନେକ ସ୍ଥାନ ଅଛି ଯେଉଁଠାରେ ଲୋକମାନେ ୟୁଏଫଓକୁ ଦେଖିଥିବା ଦାବି କରିଥାନ୍ତି । ଏହାବ୍ୟତୀତ ସମୁଦ୍ରରେ ମଧ୍ୟ ଅନେକ ଭୟାନକ ତଥା ରହସ୍ୟମୟୀ ଜୀବକୁ ନେଇ ଲୋକମାନେ ଦାବି କରିଛନ୍ତି । ତେବେ ଏଭଳି ଏକ ଭୟାନକ ଜୀବ ସ୍କଟଲାଣ୍ଡର ଲୋଚ ନେସ୍ ଜଳାଶୟରେ ରହୁଥିବା ଜାଣିବାକୁ ମିଳିଛି । ଯାହାକ ଲୋକେ ‘ଲୋଚ ନେସ୍ ମନଷ୍ଟର’ ବୋଲି କହିଛନ୍ତି ।

୧୯୩୩ ମସିହାରେ ପ୍ରଥମ ଥର ପାଇଁ ଏହି ‘ଲୋଚ ନେସ୍ ମନଷ୍ଟର’କୁ କ୍ୟାମେରାରେ ରେକର୍ଡ କରାଯାଇଥିଲା । କିନ୍ତୁ ଏହାପରେ ଏହି ଭୟଙ୍କର ଜୀବକୁ ଦେଖିବା ନେଇ କୌଣସି ବ୍ୟକ୍ତି କହିନାହାନ୍ତି । ତେବେ ୯୦ ବର୍ଷ ପରେ ପୁଣିଥରେ ଭୟଙ୍କର ‘ଜଳ ଦାନବ’କୁ ଦେଖାଯାଇଥିବା ନେଇ ଦାବି ହେଉଛି । ଏକ ଡ୍ରୋନ ଫୁଟେଜରେ ‘ଜଳ ଦାନବ’ ଅର୍ଥାତ୍ ଲୋଚ ନେସ୍ ମନଷ୍ଟରକୁ ଦେଖା ଯାଇଥିବା ଜାଣିବାକୁ ମିଳିଛି । ରିପୋର୍ଟ ଅନୁସାରେ, ଗତ ସେପ୍ଟେମ୍ବର ମାସରେ ଲୋଚ ନେସ ମନଷ୍ଟରକୁ ଏହି ଜଳାଶୟରେ ଦେଖିଥିବା ରିଚାର୍ଡ ମାବର ନାମକ ଜଣେ ବ୍ୟକ୍ତି ପ୍ରକାଶ କରିଛନ୍ତି । ସେ ନିଜ ଡ୍ରୋନରେ ଏହାର ଫଟୋ ମଧ୍ୟ ଉଠାଇଛନ୍ତି ।

90 साल बाद फिर कैमरे में कैद हुआ लोच नेस मॉन्स्टर, सालों से खोज में जुटे थे वैज्ञानिक

ତାଙ୍କ କହିବା ଅନୁସାରେ, ଡ୍ରୋନ ଉଡ଼ାଉଥିବା ସମୟରେ ଜଳାଶୟରେ ‘ମନଷ୍ଟର’କୁ ଦେଖିଥିବା ଦାବି କରିଛନ୍ତି । ରିଚାର୍ଡ ଏ ନେଇ ନିଜ ୟୁଟ୍ୟୁବ ଚାନେଲରେ ଏକ ଭିଡିଓ ଅପଲୋଡ କରିଛନ୍ତି । ଏଥିରେ ବିଶାଳକାୟ ଆକୃତିର ଏକ ରହସ୍ୟମୟୀ ଜୀବ ପାଣିରେ ପହଁରୁଥିବା ଦେଖିବାକୁ ମିଳିଛି । ତେବେ ଏହାକୁ ନେଇ ବିଶେଷଜ୍ଞମାନେ ମଧ୍ୟ ନିଜର ମତପ୍ରକାଶ କରିଛନ୍ତି । ଏହାକୁ ନେଇ ରିଚାର୍ଡ କହିଛନ୍ତି ଯେ, ମୁଁ ଏହି ଭିଡିଓକୁ ବାରମ୍ବାର ଦେଖି ସାରିଛି । କାରଣ ଏହି ଦୃଶ୍ୟକୁ ଦେଖିବକା ପରେ ମୁଁ ନିଜକୁ ବିଶ୍ୱପାସ କରି ପାରି ନଥିଲି । ଏହା କ’ଣ ମୋତେ ଜଣା ନାହିଁ, ଏହାର ଆକାର ନିଶ୍ଚିତ ଭାବରେ ‘ଲୋଚ ନେସ୍ ମନଷ୍ଟର’ ଭଳି ଦେଖାଯାଉଛି । ଯାହା ଗତଥର ୯୦ ବର୍ଷ ପୂର୍ବରୁ ଦେଖାଯାଇଥିଲା ।

ସୂଚନା ଥାଉକି, ହ୍ୟୁଗ ଗେ ନାମକ ଜଣେ ବ୍ୟକ୍ତି ୯୦ ବର୍ଷ ତଳେ ୧୯୩୩ ମସିହାରେ ପ୍ରଥମ ଥର ପାଇଁ ‘ଲୋଚ୍ ନେସ୍ ମନଷ୍ଟର’କୁ ଦେଖିବାକୁ ପାଇଥିଲେ । ଏହି ଜୀବ ଲୋକମାନଙ୍କ ମଧ୍ୟରେ ଏତେ କୌତୁହଳ ସୃଷ୍ଟି କରିଛି ଯେ, ଅଗଷ୍ଟ ମାସରେ ଏହାକୁ ଖୋଜିବା ପାଇଁ ଏକ ବଡ ଅଭିଯାନ ମଧ୍ୟ ଆରମ୍ଭ ହୋଇଥିଲା । ଏଥିରେ ପ୍ରାୟ ୧୦୦ ଲୋକ ଦିନରାତି ଜଳାଶୟ ଉପରେ ନଜର ରଖି ’ଜଳ ଦାନବ’କୁ ଖୋଜାଖେଜି କରିଥିଲେ ।

Get real time updates directly on you device, subscribe now.