fbpx

ବିହାରରେ ପୁଣି ବଢ଼ିଲା ଲକଡାଉନ୍: ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ପାଟନା: ରାଜ୍ୟରେ ପୂର୍ବରୁ ଲାଗୁ ହୋଇଥିବା କଟକଣା ଦ୍ୱାରା କୋଭିଡ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି । ତେଣୁ ବିହାରରେ ଲକଡାଉନ ବୃଦ୍ଧି କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ଘୋଷଣା କରିଛନ୍ତି । ଆସନ୍ତା ଜୁନ ୧ ତାରିଖ ପର୍ଯ୍ୟନ୍ତ ଏହି ଲକଡାଉନ ଅବଧି ବୃଦ୍ଧି କରାଯାଇଛି । ପୂର୍ବରୁ ୧୬ ତାରିଖରୁ ୨୫ ପର୍ଯ୍ୟନ୍ତ ଲାଗୁ ହୋଇଥିବା କଟକଣାକୁ ଆଉ ୭ ଦିନ ପାଇଁ ବୃଦ୍ଧି କରାଯାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ଏନେଇ ଟ୍ୱିଟ୍ କରି ଜଣାଇଛନ୍ତି ।

ବିହାରରେ ଲକଡାଉନର ସୁପ୍ରଭାବ ପରିଲକ୍ଷିତ ହୋଇଛି । ଲକଡାଉନ ଲାଗୁ ହେବା ପରେ ସଂକ୍ରମଣ ହାର ଅପେକ୍ଷାକୃତ କମ ରହିଥିବା ଜଣାପଡ଼ିଛି । ପୂର୍ବରୁ ରାଜ୍ୟରେ ବୃର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ୫ ତାରିଖରୁ ଲକଡାଉନ୍ ଲାଗୁ କରାଯାଇଥିଲା । ଆଜି ମନ୍ତ୍ରୀ ଓ ବରିଷ୍ଠ ପଦାଧିକାରୀଙ୍କ ସହ ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.