fbpx

ଅନଲାଇନ ଆପଏଟମେଂଟ ବିନା ଏବେ ୧୮ ରୁ ୪୪ ବର୍ଷ ବର୍ଗର ଲୋକେ ନେଇ ପାରିବେ ଟିକା, ବଦଳିଲା ନିୟମ

ନୂଆଦିଲ୍ଲୀ : କରୋନା ଭ୍ୟାକ୍ସିନର ଡୋଜ୍ ପାଇଁ ୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କୁ ଏବେ ଆଗ ପରି ଅନଲାଇନ୍ ଆପଏଟମେଂଟ ନେବାର ଆବଶ୍ୟକତା ନାହିଁ । ଅର୍ଥାତ ସ୍ଲଟ୍ ବୁକିଂ ହେଲେ ଯାଇ ଲୋକଙ୍କୁ ଟିକା ପାଇଁ ଅନୁମତି ମିଳୁଥିଲା । ଏବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଆଦେଶ ଅନୁଯାୟୀ, ଏହି ଆୟୁ ବର୍ଗର ଲୋକେ ସିଧାସଳଖ ଟିକାକରଣ କେନ୍ଦ୍ରକୁ ଯାଇ ଟିକା ନେଇ ପାରିବେ । କିନ୍ତୁ ଟିକା ଲଗାଇବା ପୂର୍ବରୁ Cowin.gov.inରେ  ପଞ୍ଜୀକରଣ କରିବାକୁ ପଡିବ । ଏହି ପ୍ରକ୍ରିୟାରେ ଏବେ ଲୋକେ ସ୍ଲଟ୍ ବୁକିଂ ବିନା ମଧ୍ୟ ସିଧାସଳଖ ଅନଲାଇନ ପଞ୍ଜୀକରଣ ଜରିଆରେ ଟିକା ଲଗାଇ ପାରିବେ ।

ଉଲ୍ଲେଖନୀୟ ଅନେକ ରାଜ୍ୟରେ ଭ୍ୟାକ୍ସିନ ପାଇଁ ସ୍ଲଟ୍ ବୁକିଂ ମିଳୁନଥିବା ଅଭିଯୋଗ ଆସୁଛି । ଲୋକଙ୍କୁ ଟିକା ନେବାରେ ହଇରାଣ ହେବାକୁ ପଡୁଛି । ଏହି ଖବର ଆଧାରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଉପରୋକ୍ତ ନିଷ୍ପତି ନେଇଛନ୍ତି । ଏହା ବ୍ୟତୀତ ଗ୍ରାମାଂଚଳରେ ଅନଲାଇନ ବୁକିଂ ବିଷୟରେ ସୂଚନା ଅଭାବରୁ ଲୋକଙ୍କୁ ଟିକା ନେବାରେ ମଧ୍ୟ ହଇରାଣ ହେବାକୁ ପଡୁଥିଲା ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଅନଲାଇନ ଆପଏଟପେଂଟ ନେବା ପରେ ମଧ୍ୟ ଲୋକେ ଭ୍ୟାକ୍ସିନ ପାଇଁ କେନ୍ଦ୍ରକୁ ଆସୁନଥିଲେ । ଏଥିରେ ଭ୍ୟାକ୍ସିନ ଅପଚୟ ହେବା ପରି ସ୍ଥିତି ଉପୁଜୁଥିଲା । ତେଣୁ ଏବେ ଟିକାର ଉପଲବ୍ଧତା ଅନୁଯାୟୀ ବିନା ପଞ୍ଜୀକରଣ ଲୋକଙ୍କୁ ମଧ୍ୟ କେନ୍ଦ୍ରରେ ଟିକା ଦିଆଯାଇ ପାରିବ । ଏଥିରେ ଟିକା ଅପଚୟ ଆଶଙ୍କା ହ୍ରାସ ପାଇବ ।

ଏବେ ସରକାର ୧୮ ରୁ ୪୪ ବର୍ଷ ବର୍ଗର ଲୋକଙ୍କ ପାଇଁ ଅନ ସାଇଟ୍ ରେଜିଷ୍ଟ୍ରେସନ ଓ ଆପଏଟମେଂଟର ସୁବିଧା ଦେବାକୁ ନିଷ୍ପତି ନେଇଛି । କିନ୍ତୁ ଏହି ସୁବିଧା କେବଳ ସରକାରୀ କୋଭିଡ ଟିକାକରଣ କେନ୍ଦ୍ରରେ ଉପଲବ୍ଧ ହେବ । ବର୍ତମାନ ଏହା ଘରୋଇ ଟିକାକରଣ କେନ୍ଦ୍ରରେ ମିଳିବ ନାହିଁ । ଘରୋଇ ସଂସ୍ଥାରେ ଟିକାକରଣ ପାଇଁ ଏବେ ମଧ୍ୟ ପୂର୍ବ ପରି ଅନଲାଇନ ଆପଏଟମେଂଟ ବୁକ୍ କରିବାକୁ ପଡିବ ।

 

Get real time updates directly on you device, subscribe now.