fbpx

ପତ୍ନୀଙ୍କ ସହ ଅବୈଧ ସମ୍ପର୍କ ସନ୍ଦେହ: କ୍ରୋଧରେ ପଡ଼ୋଶୀଙ୍କ ୯ ବର୍ଷର ପୁତ୍ରକୁ କେନାଲକୁ ଫିଙ୍ଗି ହତ୍ୟାକଲେ ପତି

ହିସାର: କଥାରେ ଅଛି କ୍ରୋଧ ପରମ ଚଣ୍ଡାଳ । ନିଜ ପତ୍ନୀଙ୍କ ସହ ପଡ଼ୋଶୀଙ୍କର ଅବୈଧ ସମ୍ପର୍କକୁ ସନ୍ଦେହ କରି ପତି ରାଗରେ ଏକ ୯ ବର୍ଷର ବାଳକଙ୍କୁ ହତ୍ୟା କରିଛନ୍ତି । ଯୁବକ ଜଣକ ପ୍ରତିଶୋଧପରାୟଣ ହୋଇ ପଡ଼ୋଶୀଙ୍କ ପୁତ୍ରକୁ କେନାଲକୁ ଫିଙ୍ଗି ଦେଇଥିଲେ । ଫଳରେ ବାଳକର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରିବା ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।

ପଡ଼ୋଶୀଙ୍କ ସହିତ ନିଜ ପତ୍ନୀଙ୍କର ସମ୍ପର୍କ ନେଇ ଯୁବକଙ୍କର ସନ୍ଦେହ ହୋଇଥିଲା । ତେଣୁ ସେ ପଡ଼ୋଶୀଙ୍କର ୯ ବର୍ଷର ନିର୍ଦ୍ଦୋଷ ପୁତ୍ରକୁ ପାଣିକୁ ଫିଙ୍ଗି ହତ୍ୟା କରିଥିଲେ । ବାଳକଟି ଖେଳୁଥିବା ବେଳେ ଯୁବକ ଜଣଙ୍କ ତାକୁ ବାହାନା ଦେଖାଇ ଡାକି ନେଇଥିଲେ । ତେବେ ଏହି ମାମଲାରେ ୫ ଜଣଙ୍କ ନାମରେ ପୋଲିସ ହତ୍ୟା ମୋକଦ୍ଦମା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇ ନଥିବା ଜଣାପଡ଼ିଛି ।

Get real time updates directly on you device, subscribe now.