fbpx

(Photo) ମତଦାନ କେନ୍ଦ୍ରରେ ଅଭିନେତାଙ୍କ ଭିଡ଼, ଗଣତନ୍ତ୍ର ପର୍ବରେ ସାମିଲ ହେଲେ ରଜନୀକାନ୍ତଙ୍କ ଠାରୁ କମଲ ହାସାନଙ୍କ ପର୍ଯ୍ୟନ୍ତ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ର ପ୍ରଥମ ପର୍ଯ୍ୟାୟର ଭୋଟିଙ୍ଗ ଜାରି ରହିଛି । ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟର ୧୦୨ ଲୋକସଭା ସିଟ ପାଇଁ ହାରାହରି ୧୬ କୋଟି ୬୩ ଲକ୍ଷ ଭୋଟର୍ସ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । କଳାକାରମାନେ ମଧ୍ୟ ନିଜର ମତ ସାବ୍ୟସ୍ତ କରିଛନ୍ତି । ଏମାନଙ୍କ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୁପରଷ୍ଟାର ରଜନୀକାନ୍ତ ଚେନ୍ନାଇର ଏକ ମତଦାନ କେନ୍ଦ୍ରକୁ ଯାଇ ଶୁକ୍ରବାର ଦିନ ମତଦାନ କରିଛନ୍ତି ।

ଅଭିନେତା ଏମଏନଏମ ପାର୍ଟୀର ଚିଫ କମଲ ହାସାନ ମଧ୍ୟ ଶୁକ୍ରବାର ଦିନ ଭୋଟ ଦେବାକୁ ଚେନ୍ନାଇର ଏକ ପୋଲିଙ୍ଗ ବୁଥରେ ପହଁଚିଛନ୍ତି ।

ସାଉଥର ଫେମସ ଅଭିନେତା ବିଜୟ ସେତୁପତି ଚେନ୍ନାଇର ଏକ ପୋଲିଙ୍ଗ ବୁଥକୁ ଯାଇ ଶୁକ୍ରବାର ଦିନ ମତଦାନ କରିଛନ୍ତି ।

ତାମିଲ ଫିଲ୍ମର ସୁପରଷ୍ଟାର ଧନୁଶ ମଧ୍ୟ ଚେନ୍ନାଇର ଏକ ପୋଲିଙ୍ଗକୁ ଯାଇ ନିଜ ମତ ସାବ୍ୟସ୍ତ କରିଛନ୍ତି ।

ଅଭିନେତା ଅଜିତ କୁମାର ନିଜ ପରିବାର ସହ ଚେନ୍ନାଇର ପୋଲିଙ୍ଗ ବୁଥରେ ଭୋଟ ଦେବାକୁ ପହଁଚିଛନ୍ତି ।

ଅଭିନେତା ଶିବ କୁମାର କାର୍ତ୍ତିକେୟନ ମଧ୍ୟ ଶୁକ୍ରବାର ଦିନ ଚେନ୍ନାଇର ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେଇଛନ୍ତି ।

Get real time updates directly on you device, subscribe now.