‘ସର୍ବଦା ବିଜେପି ସରକାର ରହିବ ନାହିଁ, ଆଜି ନୁହେଁ ତ କାଲି ପ୍ରତିଶୋଧ ନିଶ୍ଚୟ ନେବି’, ଜାଣନ୍ତୁ ଏପରି କାହିଁକି କହିଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଚତୁର୍ଥ ପର୍ଯ୍ୟାୟର ଭୋଟିଂ ଶେଷ ହୋଇସାରିଛି ଏବଂ ଆଉ ତିନୋଟି ପର୍ଯ୍ୟାୟ ବାକି ରହିଛି । ଏହା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ଏବଂ ନେତାମାନଙ୍କ ମଧ୍ୟରେ ଟାର୍ଗେଟ କରିବା ପ୍ରକ୍ରିୟା ଜାରି ରହିଛି । ଏହି କ୍ରମରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସର ଅଧ୍ୟକ୍ଷ ମମତା ବାନାର୍ଜୀ ଭାରତୀୟ ଜନତା ପାର୍ଟୀ ଉପରେ ବର୍ଷିଛନ୍ତି ଏବଂ କହିଛନ୍ତି ଯେ, ବିଜେପିର ସରକାର ସର୍ବଦା ରହିବ ନାହିଁ, ଆଜି ନୁହେଁ ତ କାଲି ପ୍ରତିଶୋଧ ଅବସ୍ୟ ନେବି ।

ବଙ୍ଗଳାର ହଲଦୀଆରେ ଏକ ଜନସମାବେଶକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଠାରୁ ପ୍ରତିଶୋଧ ନେବାର ଧମକ ଦେଇଛନ୍ତି । ସେ ଅଭିଯୋଗ ଲଗାଇଛନ୍ତି ଯେ, ନନ୍ଦୀଗ୍ରାମରେ ତାଙ୍କୁ ହରାଇବା ପାଇଁ ନିର୍ବାଚନ ଫଳାଫଳ ପରିବର୍ତ୍ତନ କରାଯାଇଛି । ସେ କହିଛନ୍ତି ଆଜି ନୁହେଁ ତ କାଲି ଅବସ୍ୟ ପ୍ରତିଶୋଧ ନେବି । ବିଜେପି, ଇଡି, ସିବିଆଇ ସବୁ ସମୟରେ ସେଠାରେ ନଥିବେ ।

ଟିଏମସି ମୁଖ୍ୟ କହିଛନ୍ତି ଯେ, ‘ବିଧାନସଭା ନିର୍ବାଚନ ସମୟରେ ନନ୍ଦୀଗ୍ରାମର ଘଟଣା ମୁଁ ଆପଣମାନଙ୍କୁ ପୂର୍ବରୁ କହିଛି । ମୋ ସହ ପ୍ରତାରଣା ଏବଂ ଛଳନା କରାଯାଇଥିଲା । ମୋ ଭୋଟ ଲୁଟିନେଇଛନ୍ତି ଏବଂ ରିଙ୍ଗି ମଧ୍ୟ ହୋଇଛି । ନିର୍ବାଚନ ପୂର୍ବରୁ ଡିଏମ,ଏସପି, ଆଇସିକୁ ବଦଳା ଯାଇଥିଲା ଏବଂ ନିର୍ବାଚନ ଶେଷ ହେବା ପରେ ଲୋଡଶେଡିଙ୍ଗ କରି ଫଳାଫଳ ପରିବର୍ତ୍ତନ କରାଯାଇଛି । ମୁଁ ଆଜି ନୁହେଁ ତ କାଲି ଏହାର ପ୍ରତିଶୋଧ ନିଶ୍ଚୟ ନେବି । ସର୍ବଦା ବିଜେପି ସରକାର ରହିବ ନାହିଁ ।’