fbpx

ପ୍ରଦୀପ ପାଣିଗ୍ରାହୀ ମାମଲା: ଲୋକାୟୁକ୍ତଙ୍କ ଆଦେଶ ହାଇକୋର୍ଟରେ ଖାରଜ

ଭୁବନେଶ୍ୱର,୩ ।୨(ଓଡିଶା ଭାସ୍କର): ବିଧାୟକ ପ୍ରଦୀପ ପାଣିଗାହୀଙ୍କ ଲୋକାୟୁକ୍ତ ମାମଲାରେ ଆସିଛି ନୂଆ ତଥ୍ୟ । ଲୋକାୟୁକ୍ତଙ୍କ ତଦନ୍ତ ଆଦେଶକୁ ଖାରଜ କରିଛନ୍ତି ହାଇକୋର୍ଟ । ଭିଜିଲାନ୍ସ ଏ ମାମଲାରେ ତଦନ୍ତ କରିପାରିବ ନାହିଁ ବୋଲି କହିଛନ୍ତି ହାଇକୋର୍ଟ । ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଆଇନ ସିଦ୍ଧ ନୁହେଁ । ଭିଜିଲାନ୍ସ ଆବେଦନକାରୀ ହୋଇଥିବାରୁ ତଦନ୍ତ କରିବା ବେଆଇନ୍ ବୋଲି ହାଇକୋର୍ଟ ପକ୍ଷରୁ କୁହାଯାଇଛି । ତେବେ ଲୋକାୟୁକ୍ତଙ୍କଠାରେ ମାମଲା ପରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଲୋକାୟୁକ୍ତଙ୍କ ତଦନ୍ତ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିଲେ ପ୍ରଦୀପ । ଏନେଇ ପ୍ରଦୀପ ପାଣିଗ୍ରାହୀଙ୍କ ଓକିଲ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

ତେବେ ବେଆଇନ ଅର୍ଥ କାରବାର ଓ ଚାକିରୀ ଜାଲିଆତି ନେଇ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ ହୋଇଛନ୍ତି । ଦଫା ୪୧୯, ୪୨୦, ୪୬୭, ୪୬୮,୪୬୯, ୪୭୧, ୧୨୦ ‘ବି’ ରେ ମାମଲା ରୁଜୁ କରାଯାଇଛି । ଆକାଶ ପାଠକଙ୍କ ନାଁରେ ଟଙ୍କା ଆଦାୟ କରୁଥିଲେ ପ୍ରଦୀପ ପାଣିଗ୍ରାହୀ ।

Get real time updates directly on you device, subscribe now.