fbpx

ଦୀର୍ଘ ସମୟ ଧରି କରୋନା ସଂକ୍ରମଣ ବଢ଼ାଇପାରେ ହାର୍ଟ ଆଟାକ୍ ଓ ବ୍ରେନ୍ ଷ୍ଟ୍ରୋକର ବିପଦ: ସ୍ୱାସ୍ଥ୍ୟ ବିଶେଷଜ୍ଞ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଆନେକ ଲୋକଙ୍କ ଜୀବନ ନେଇ ସାରିଛି କରୋନା ଭାଇରସ୍ । ଏବେ ବି ପ୍ରତିଦିନ କିଛି ମାମଲା ସାମ୍ନାକୁ ଆସୁଛି । ଅନ୍ୟପଟେ ଏକ ରିପୋର୍ଟରେ କୁହାଯାଇଛି ଯେ, କରୋନା ସଂକ୍ରମଣ ଲଗାତାର କିଛି ସମୟ ରହିବା ଦ୍ୱାରା ହାର୍ଟ ଆଟାକ୍ ଓ ବ୍ରେନ୍ ଷ୍ଟ୍ରୋକ୍ ଭଳି ସ୍ଥିତି ସୃଷ୍ଟି ହୋଇପାରେ ।

କିଛି ବିଶେଷଜ୍ଞ କହିଛନ୍ତି ଯେ, ଯଦି ଜଣେ ବ୍ୟକ୍ତି ଦୀର୍ଘ ସମୟ ଧରି କରୋନା ସଂକ୍ରମଣର ଶିକାର ହୁଅନ୍ତି, ତେବେ ହାର୍ଟ ଆଟାକ୍ ଓ ବ୍ରେନ୍ ଷ୍ଟ୍ରୋକର ସମ୍ଭାବନା ବଢ଼ିଯାଇଥାଏ । ଫୋର୍ଟିସ୍ ଏସ୍କର୍ଟସ୍ ହାର୍ଟ ଇନଷ୍ଟିଚ୍ୟୁଟର ଚେୟାରମ୍ୟାନ୍ ଡକ୍ଟର ଅଶୋକ ସେଠ କହିଛନ୍ତି ଯେ, ଏକ ରିପୋର୍ଟରେ ଜଣାପଡିଛି ଯେ ହାର୍ଟ ସମ୍ବନ୍ଧୀୟ ସମସ୍ୟା ଏବଂ ନ୍ୟୁରୋଲୋଜିକାଲ ମାମଲାରେ ଏହା ୬୦ ପ୍ରତିଶତ ବୃଦ୍ଧି ଘଟିଛି ।

ଡକ୍ଟର ସେଠ କହିଛନ୍ତି ଯେ, ବର୍ଷକରେ ହଜାର ହଜାର ସଂଖ୍ୟକ ରୋଗୀଙ୍କ ଉପରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି କି ସାମାନ୍ୟ ତୁଳନାରେ ହାର୍ଟ ଆଟାକ୍ କିମ୍ବା ଷ୍ଟ୍ରେକ୍ର ଘଟଣାରେ ୬୦ ପ୍ରତିଶତ ବୃଦ୍ଧି ଘଟିଛି । ଯାହା ସ୍ପଷ୍ଟ କି, ଦୀର୍ଘ ସମୟ ପର୍ଯ୍ୟନ୍ତ କରୋନାର ସାମାନ୍ୟ ସଂକ୍ରମଣ ମଧ୍ୟ ହାର୍ଟ ଆଟାକର ସମ୍ଭାବନାକୁ ବଢ଼ାଇଥାଏ ।

ଲୋକଙ୍କୁ ପରାମର୍ଶ ଦେଇ ଡକ୍ଟର ଅଶୋକ ସେଠ କହିଛନ୍ତି ଯେ, ଯଦି ଆପଣ ଅନୁଭବ କରୁଛନ୍ତି ଯେ ଆପଣ ସାମାନ୍ୟ ଅପେକ୍ଷା ଅଧିକ ଦିନ ପର୍ଯ୍ୟନ୍ତ କରୋନାରେ ଅସୁସ୍ଥ ଅଛନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ନିକଟରେ ଚେକଅପ୍ କରନ୍ତୁ ଓ କୌଣସି ପ୍ରକାରର ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ । ଏହା ସହ ଯଦି ଆପଣ କରୋନାରୁ ସୁସ୍ଥ ହୋଇଛନ୍ତି, କିନ୍ତୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଛି ବା ଛାତିରେ ଯନ୍ତ୍ରଣା ଅନୁଭବ ହେଉଛି, ତେବେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଇ ଯାଞ୍ଚ କରନ୍ତୁ ।

Get real time updates directly on you device, subscribe now.