fbpx

ଆଜି ଶେଷ ଥର ପାଇଁ ମୋ ମୁହଁ ଦେଖ… ପତ୍ନୀଙ୍କୁ ୪୫ ସେକେଣ୍ଡର ଭିଡିଓ ପଠାଇ ଫାଶି ଲଗାଇଲେ ଯୁବକ

Advertisement

ଗାଜିଆବାଦ : ଗାଜିଆବାଦରୁ ଅତ୍ମହତ୍ୟାର ଆଉ ଏକ ଆଶ୍ଚର୍ଯ୍ୟ ମାମଲା ସାମ୍ନାକୁ ଆସିଛି । ପ୍ରଥମେ ସ୍ୱାମୀ ୪୫ ସେକେଣ୍ଡର ଗୋଟିଏ ଭିଡିଓ ତାଙ୍କ ସ୍ତ୍ରୀଙ୍କ ପାଖକୁ ପଠାଇଲେ ତା ପରେ ଆତ୍ମହତ୍ୟା କଲେ । ପତ୍ନୀ ଘର ଛାଡି ଯିବା ଏବଂ ଦ୍ୱିତୀୟ ବିବାହ କରିବା ଦ୍ୱାରା ସେ ଆଘାତ ହୋଇଥିବା କହିଛନ୍ତି । ଏହି ମାମଲାରେ ପତିଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ପତ୍ନୀ ଏବଂ ଶଳା,ଶାଳି ମିଶି ତାଙ୍କୁ ଆତ୍ମହତ୍ୟା ପାଇଁ ଉଶକାଉଥିବା ମାମଲା ରୁଜୁ କରିଥିଲେ । ସୂଚନା ଅନୁସାରେ ପତ୍ନୀ ଫ୍ଲାଟ ବା ଘରକୁ ନିଜ ନାମରେ କରିବାକୁ ପତିଙ୍କୁ କହୁଥିଲେ ।

ଏହା ପରେ ଝଗଡା କରି ଘରୁ ଛାଡି ଚାଲିଯାଇଥିଲେ । ଦିତୀୟ ବିବାହ କରିବା ପାଇଁ ଧମକ ଦେଇଥିଲେ । ଏହି କାରଣରୁ ପତି ଆତ୍ମହତ୍ୟା କରିଛନ୍ତି । ଫାଶି ଲଗାଇବା ପୂର୍ବରୁ ୪୫ ସେକେଣ୍ଡର ଭିଡିଓ କରି ପତ୍ନୀଙ୍କୁ ପଠାଇଥିଲେ । ହରସାଂବର ମଢେୟାରେ ରହୁଥିବା ଜୟପ୍ରକାଶ କହିଛନ୍ତି ପୁଅ ଯୋଗେନ୍ଦ୍ର ଓରଫ ସୋନୁର ବିବାହ ୪ ବର୍ଷ ପୂର୍ବରୁ ହୋଇଥିଲା । ଦୁଇଜଣଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛି । ୨ ବର୍ଷ ହେବ ସେମାନେ ଅଲଗା ଘରେ ରହୁଛନ୍ତି । ତେବେ କିଛି ଦିନ ହେବ ଦୁହିଁଙ୍କ ମଧ୍ୟରେ ଘର ନିଜ ନାରେ କରିବାକୁ ପତ୍ନୀ ଝଗଡା କରୁଥିଲେ । ଏହି ଘଟଣାକୁ ନେଇ ଦୁଇଜଣ ମାରପିଟ ମଧ୍ୟ ହୋଇଥିଲେ ।

ବାହାରେ ପତ୍ନୀଙ୍କ ଭାଇ ଅପେକ୍ଷା କରିଥିଲେ ତାଙ୍କୁ ଘରକୁ ନେବା ପାଇଁ । ୨୧ ସେପ୍ଟେମ୍ବରରେ ଏହି ଝଗଡା ହୋଇଥିଲା, ଏବଂ ୨୩ ସେପ୍ଟେମ୍ବର ଅପରାହ୍ନରେ ତାଙ୍କ ମା’ଙ୍କ ଠାରୁ ଖାଇବା ଏବଂ ପାଣି ନେଇ ଆସିଲେ । ଖାଇବା ପରେ ସେ ତାଙ୍କ ପତ୍ନୀଙ୍କ ସହିତ କଥା ହୋଇଥିଲେ । ପତ୍ନୀ ଦ୍ୱିତୀୟ ବିବାହ କରିବେ ବୋଲି ଧମକ ଦେଇଥିଲେ । ଏହା ପରେ ଯୋଗେନ୍ଦ୍ର ତାଙ୍କ ପତ୍ନୀଙ୍କୁ ଭିଡିଓ ପଠାଇବା ପରେ ଆତ୍ମହତ୍ୟା କରିଥିଲେ । ଏହି ଭିଡିଓ ପାଇବା ପରେ ପତ୍ନୀ ସଞ୍ଜୁ ଧାଇଁ ଆସିଥିଲେ କିନ୍ତୁ ସେତେବେଳେକୁ ସ୍ୱାମୀ ଫାଶିରେ ଝୁଲୁଥିଲେ । ଏହା ପରେ ତାଙ୍କ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏହି ମମଲାରେ ଯୋଗେନ୍ଦ୍ରଙ୍କ ବାପା ଜୟପ୍ରକାଶ କବିର ନଗର ଥାନାରେ ପତ୍ନୀ ଅଞ୍ଜୁ, ଶଳା ମନିଷ, ଏବଂ ଶାଳିଙ୍କ ନାରେ ମାମଲା ରୁଜୁ କରିଛନ୍ତି ।

Get real time updates directly on you device, subscribe now.