fbpx

ସମ୍ମାନ ରକ୍ଷା କରିବା ପାଇଁ ଖେଳିବ ଇଂଲଣ୍ଡ: ଏମିତି ହୋଇପାରେ ଭାରତର ପ୍ଲେଇଙ୍ଗ ୧୧

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜକୁ କବଜା କରି ନେଇଛି ଭାରତୀୟ କ୍ରିକେଟ ଟିମ । ତେବେ ଆଜି ଭାରତ କ୍ଲିନ ସ୍ୱିପ ଲକ୍ଷ୍ୟରେ ଖେଳିବାକୁ ମଇଦାନ ଓହ୍ଲାଇବ । ସେପଟେ ଇଂଲଣ୍ଡ ନିଜ ସମ୍ମାନ ରକ୍ଷା କରିବା ପାଇଁ ଭାରତ ବିପକ୍ଷରେ ତୃତୀୟ ମ୍ୟାଚ ଖେଳିବ । ତେବେ ଉଭୟ ଦଳ ଏହି ମ୍ୟାଚ ଜିତିବାକୁ ଚେଷ୍ଟା କରିବେ । ତେଣୁ ଏହି ମ୍ୟାଚରେ ଭାରତର ଅଧିନାୟକ ରୋହିତ ଶର୍ମା କିଛି ପରିବର୍ତ୍ତନ କରିପାରନ୍ତି ବୋଲି ଆଶା କରାଯାଉଛି ।

ପ୍ରଥମ ମ୍ୟାଚରେ ରୋହିତଙ୍କ ସହ ଇଶାନ କିଶାନ ପାଳି ଆରମ୍ଭ କରିତିବା ବେଳେ ଦ୍ୱିତୀୟ ମ୍ୟାଚରେ ଋଷଭ ପନ୍ତ ଏହି ସ୍ଥାନରେ ଖେଳିଥିଲେ । ତେବେ ଉଭୟ ଖେଳାଳି ସେତେଟା ଭଲ ପ୍ରଦର୍ଶନ କରି ପାରି ନାହାନ୍ତି । ତେଣୁ ତୃତୀୟ ମ୍ୟାଚରେ ସାଥୀ ଓପନର ଭାବେ ରୋହିତ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଦୀପକ ହୁଡ୍ଡାଙ୍କୁ ସ୍ଥାନ ଦେଇ ପାରନ୍ତି । ତେବେ ତୃତୀୟ ସ୍ଥାନରେ ବିରାଟ କୋହଲି ଖେଳିବା ଏକପ୍ରକାର ନିଶ୍ଚିତ ରହିଛି ।

ଏହା ସହିତ ରୋହିତ ମିଡିଲ ଅର୍ଡରରେ କିଛି ପରିବର୍ତ୍ତନ ପାଇଁ ଚିନ୍ତା କରି ପାରନ୍ତି । ଏହି ମ୍ୟାଚରେ ଶ୍ରେୟସ ଅୟରଙ୍କୁ ମୌକା ଦିଆଯାଇପାରେ । ସୂର୍ଯ୍ୟକୁମାର ଯାଦବ ବାରମ୍ବାର ଫେଲ ମାରିଥିବା ବେଳେ ତାଙ୍କୁ ଏହି ମ୍ୟାଚରେ ରିପ୍ଲେସ କରିପାରନ୍ତି ଶ୍ରେୟସ । ତେବେ ପଞ୍ଚ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଖେଳିବା ନିଶ୍ଚିତ । ସେହିଭଳି ଷଷ୍ଠ ସ୍ଥାନରେ ୱିକେଟ କିପର ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ ସ୍ତାନ ପାଇବେ ।

ବୋଲରମାନଙ୍କ ତାଲିକାରେ ବିଶେଷ ପରିବର୍ତ୍ତନ ହୋଇ ନପାରେ । ଭୁବନେଶ୍ୱର କୁମାର, ଜସପ୍ରୀତ ବୁମରାହ ଏବଂ ହର୍ଷଲ ପଟେଲ ବୋଲିଂ ଆଟାକରେ ପ୍ରମୁଖ ଭୂମିକା ତୁଲାଇବେ । ଏହା ବ୍ୟତୀତ ସ୍ପିନ ଆଟାକରେ ଷ୍ଟାର ଅଲରାଉଣ୍ଡର ରବିନ୍ଦ ଜାଡେଜା ଏବଂ ୟୁଜବେନ୍ଦ୍ର ଚହଲ ରହିବା ଏକ ପ୍ରକାର ନିଶ୍ଚିତ ରହିଛି ।

Get real time updates directly on you device, subscribe now.