fbpx

ମାଟ୍ରିମୋନି ସାଇଟରେ ଜୀବନସାଥୀ ଖୋଜୁଥିଲେ ଓଡ଼ିଶା ପୋଲିସର ଏହି ପରାମର୍ଶ ପ୍ରତି ଧ୍ୟାନ ଦିଅନ୍ତୁ ବଡ଼ ଠକାମିରୁ ବଞ୍ଚିଯିବେ

ଭୁବନେଶ୍ୱର: ବର୍ତ୍ତମାନର ଡିଜିଟାଲ ସମୟରେ ଲୋକମାନେ ବାହାଘର ପାଇଁ ଆଉ ପୂର୍ବପରି ଭଦ୍ରଲୋକଙ୍କ ସହାୟତା ନେଉ ନାହାନ୍ତି। କାରଣ ଅନେକ ଲୋକ ଏବେ ମାଟ୍ରିମୋନି ସାଇଟ୍‍ ରେ ଖୋଜୁଥିବା ବେଳେ ଭାରତ ତଥା ଓଡ଼ିଶା ସମାଜରେ ପ୍ରେମ ବିବାହ ବୃଦ୍ଧି ପାଇଛି। ମାଟ୍ରିମୋନି ସାଇଟ୍‍ କିଛି ଲୋକମାନଙ୍କ ପାଇଁ ସୁବିଧା ଆଣିଦେଇଥିବା ବେଳେ ଏହାକୁ କିଛି ଲୋକେ ଠକେଇ ପାଇଁ ବ୍ୟବହାର କରୁଛନ୍ତି। ସମଗ୍ର ଭାରତରୁ ଏବେ ମାଟ୍ରିମୋନି ଠକେଇ ନେଇ ଅନେକ ଖବର ଆସୁଛି। ଏବେ ବିବାହ ଋତୁ ଚାଲିଥିବାରୁ ମାଟ୍ରିମୋନି ସାଇଟରେ ହେଉଥିବା ଠକେଇ ନେଇ ଓଡ଼ିଶା ପୋଲିସ ଲୋକମାନଙ୍କୁ ଚେତେଇ ଦେଇଛି।

ମାଟ୍ରିମୋନି ସାଇଟରେ ଠକେଇରେ ନପଡ଼ିବେ ସେ ନେଇ ଓଡ଼ିଶା ପୋଲିସ ଏକ ଟ୍ୱିଟ କରି ସତର୍କ କରାଇଛି।

ମାଟ୍ରିମୋନି ସାଇଟରେ ଯଦି କୌଣସି ବ୍ୟକ୍ତିଙ୍କ ସହ ସମ୍ପର୍କ ଯୋଡ଼ିବାକୁ ଚାହୁଁଛନ୍ତି ତେବେ …
୧) ସଂପୃକ୍ତ ବ୍ୟକ୍ତିଙ୍କ ବ୍ୟାକଗ୍ରାଉଣ୍ଡ ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରନ୍ତୁ।
୨) ନିଜର ବ୍ୟକ୍ତିଗତ ଗୋପନୀୟତାକୁ ସଂଗେ ସଂଗେ ପ୍ରକାଶ କରନ୍ତୁ ନାହିଁ ।
୩) ସଂପୃକ୍ତ ବ୍ୟକ୍ତିଙ୍କ କୌଣସି କଥାରେ ପ୍ରଲୋଭିତ ହୁଅନ୍ତୁ ନାହିଁ।

Get real time updates directly on you device, subscribe now.