fbpx

ସୌରିନଙ୍କ ବିରୋଧରେ ଲୁକ ଆଉଟ ନୋଟିସ ଜାରି : ବଢିଲା କଣ୍ଠଶିଳ୍ପୀଙ୍କ ଅଡ଼ୁଆ

ଭୁବନେଶ୍ୱର : କଣ୍ଠଶିଳ୍ପି ସୌରିନ ଭଟ୍ଟଙ୍କ ବିରୋଧରେ ଲୁକ ଆଉଟ ନୋଟିସ ଜାରି କଲା କମିଶନରେଟ ପୋଲିସ । କୋଲକତାକୁ ଯାଇ ଖାଲି ହାତରେ ପୋଲିସ ଫେରିବା ପରେ, ଏହି ନିଷ୍ପତି ନେଇଛି କମିଶନରେଟ ପୋଲିସ । କୋଲକାତାର ୩ଟି ସ୍ଥାନରେ ଖୋଜିବା ପରେ ପୋଲିସ ଫେଲ ମାରିଛି ।

ସୌରିନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ରହିଛି । ଏହାକୁ ନେଇ ପୂର୍ବରୁ ଆଗୁଆ ଜାମିନ ଖାରଜ କରିଛନ୍ତି ହାଇକୋର୍ଟ । ଏହାପରେ ସୌରିନଙ୍କୁ ଖୋଜିବା ପାଇଁ ୩ ଜଣିଆ ଟିମ କଟକରୁ କୋଲକାତାକୁ ଯାଇଥିଲେ । ସେଠାରେ କୋଲକାତା ପୋଲିସର ସହାୟତାରେ ରେଡ କରିଥିଲେ, କିନ୍ତୁ କୌଣସି ସୁରାଗ ନପାଇ ଖାଲି ହାତରେ ଫେରିଛି ପୋଲିସ ।

Get real time updates directly on you device, subscribe now.