fbpx

(Video) ପ୍ରଜାପତିରେ ଆବିର୍ଭାବ ହେଲେ କାଳିଆ ଠାକୁର: ଖୁସିରେ ଆତ୍ମହରା ହୋଇପଡ଼ିଛି ଭକ୍ତ…

ଭକ୍ତ ଭାବରେ ବନ୍ଧା ଭାବ ବିନୋଦିଆ ଠାକୁର ସବୁବେଳେ ଭକ୍ତ ପାଇଁ ବ୍ୟାକୁଳ ଥାଆନ୍ତି । ଭାବ ଭକ୍ତି ଶ୍ରଦ୍ଧାରେ ଯିଏ ତାଙ୍କୁ ଥରୁଟିଏ ଡାକିଥାଏ, ଦୌଡୁ ଆସିଥାନ୍ତି ପ୍ରଭୁ । କାହଁକି ନା ସେ ପରା ଭକ୍ତ ରଙ୍କା । ଯୁଗ ଯୁଗରୁ ଭକ୍ତ ତାଙ୍କର ପ୍ରାଣ । ଭକ୍ତଙ୍କ ପାଇଁ ମାନି ନଥାନ୍ତି କିଛି ବିଧାନ ।

ପ୍ରଜାପତିରେ ଦିଶିଲା ମହପ୍ରଭୁଙ୍କ ଶ୍ରୀମୁଖ । ପ୍ରଜାପତିରେ ପୁରା ଚକାଆଖି, ପୂରା ଶ୍ରୀମୁଖ ଦିଶୁଛି । ପ୍ରଭୁ ଜଗନ୍ନାଥ ଦେଲେ ଦର୍ଶନ । ପ୍ରଜାପତି ଠାରେ ଆର୍ବିଭୁତ ହେଲେ କୋଟି ଓଡିଆଙ୍କ ମଉଣମଣି । ଦର୍ଶନ ଦେଲେ ଭକ୍ତଙ୍କୁ । ଆଖିରେ ଦେଖି ବି ସହଜେ ବିଶ୍ୱାସ କରିପାରିବେନି କେହି, ଏଭଳି ଏକ ଅବାସ୍ତବ ପୂର୍ଣ୍ଣ ପ୍ରଭୁଙ୍କ ଲୀଳାକୁ ।

ଲାଗୁଛି ସତେ ଯେପରି ମହାବାହୁ ଚକାଆଖି ମେଲି ଦେଖୁଛନ୍ତି  । ନିଜ ଭକ୍ତ ମାନଙ୍କ ପାଇଁ ମହାପ୍ରଭୁ ଜଗନ୍ନାଥ ସବୁ କିଛି ପାରନ୍ତି । ଭକ୍ତ ଯେତେବେଳେ ବିପଦରେ ପଡେ ପ୍ରଭୁ ସ୍ୱୟଂ ଆର୍ବିଭାବ ହୋଇଥାନ୍ତି । ଆଉ ଏମିତିରେ ପ୍ରଜାପତି ମଧ୍ୟରେ ଆଜି ଉଭା ହୋଇ ମଉଡମଣି ଭକ୍ତଙ୍କୁ ଦେଖାଇଛନ୍ତି ତାଙ୍କର ସେହି ଅପରୂପ ।  ଦେଖନ୍ତୁ କିପରି ସ୍ଥାନରେ ଗୁପ୍ତ ଭାବରେ ମହାପ୍ରଭୁ ନିଜ ଭକ୍ତ ମାନଙ୍କ ପାଇଁ ଆର୍ବିଭୁତ ହୋଇଛନ୍ତି । ମହାପ୍ରଭୁଙ୍କ ମନ୍ଦିର ପଛପଟେ ନଦୀ କୂଳରେ ଏକ ପଥର ଉପରେ ପ୍ରଜାପତି ରୂପରେ ଦର୍ଶନ ଦେଇଛନ୍ତି । ଯେଉଁ ଦୃଶ୍ୟ କି ସତରେ ଖୁବ ଅବିଶ୍ୱନୀୟ  ।

ହଁ ଆଜ୍ଞା ଆସ୍ଥା ଓ ବିଶ୍ୱାସ ଦ୍ୱାରା ହିଁ ଭଗବାନଙ୍କ ଦର୍ଶନଲାଭ ହୋଇଥାଏ । ଏପରି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ନାରାୟଣପାଟଣାଠାରେ ।  ନାରାୟଣପାଟଣାରେ ଥିବା ଜଗନ୍ନାଥ ମନ୍ଦିର ପଛପଟେ ବହି ଯାଉଥିବା ଝଞ୍ଜାବତୀ ନଦୀ କୂଳକୁ ଲାଗିଥିବା ଏକ ପଥର ଚଟ୍ଟାଣ ଉପରେ ଏକ ପ୍ରଜାପତି ବସିଥିବା ଦେଖାଯାଇଥିଲା । ଯାହାକି  ଅବିକଳ  ମଉଡମଣି  ଜଗନ୍ନାଥଙ୍କ  ପ୍ରତିକୃତି ଭଳି ଦେଖାଯାଉଥିଲା । ପ୍ରଜାପତି ରୂପରେ ମହାପ୍ରଭୁଙ୍କ ଅବିକଳ ରୂପକୁ ଦର୍ଶକ କରି ଶ୍ରଦ୍ଧାଳୁଙ୍କ ମନ ନାଚି ଉଠୁଛି, ମହାପ୍ରଭୁ ଆସିଛନ୍ତି । ଆଉ ଏହାକୁ ଦେଖି ଖୁସିରେ ଆତ୍ମହରା ହୋଇପଡ଼ିଛି ଭକ୍ତ । ଦେଖନ୍ତୁ ଭିଡିଓ…

 

Get real time updates directly on you device, subscribe now.