fbpx

(Video) ରୁଟିରେ ମହାପ୍ରଭୁ ଜଗନ୍ନାଥଙ୍କ ଛବି: ପୂଜା କରୁଛନ୍ତି ଗ୍ରାମବାସୀ

ପ୍ରଭୁଙ୍କ ଲୀଳା କିଏ ଅବା ବୁଝିବ ରୁଟିରେ ମହାପ୍ରଭୁ ଅଭିର୍ଭାଵ ହୋଇଛନ୍ତି ସ୍ୱୟଂ ମହାପ୍ରଭୁ ଜଗନ୍ନାଥ! ରୁଟିରେ ମହାପ୍ରଭୁ ଜଗନ୍ନାଥ ଏମିତି ଅଲୌକିକ ଘଟଣା ବାରିପଦା ଉପଖଣ୍ଡ ମୋରଡା ବ୍ଲକ ଅନ୍ତର୍ଗତ କୋହି ଗ୍ରାମରେ ଦେଖିବାକୁ ମିଳିଛି।

କୋହି ଗ୍ରାମର ଶୀତୁକାନ୍ତ ବେହେରାଙ୍କ ପୁତ୍ର ବଧୂ ନମିତା ବେହେରା ଗତ କାଲି ରାତିରେ ରୁଟି ତିଆରି କରୁଥିଲେ ରୁଟି କରିବା ପରେ ତାଙ୍କ ସ୍ୱାମୀ କୃଷ୍ଣ ଚନ୍ଦ୍ର ବେହେରାଙ୍କୁ ଖାଇବାକୁ ଦେବା ସମୟରେ ଦେଖିବାକୁ ପାଇଥିଲେ ଯେ ତିଆରି କରିଥିବା ରୁଟିରେ ଜଗନ୍ନାଥଙ୍କ ଛବି ରହିଛି। ଏହାକୁ ଦେଖି ତାଙ୍କ ସ୍ୱାମୀ ଖୁସିରେ ଭାବ ବିହ୍ୱଳ ହୋଇ ପଡ଼ିଥିଲେ। ତାଙ୍କ ପରିବାର ସଦସ୍ୟଙ୍କୁ ଜଣାଇଥିଲେ। ଏବେ ସେହି ଜଗନ୍ନାଥଙ୍କ ଛବି ଥିବା ରୁଟିକୁ ପୂଜା କରୁଛନ୍ତି ନମିତା ଓ ଗ୍ରାମବାସୀ। ଶୀତୁକାନ୍ତଙ୍କ ଘରକୁ ଏହି ଅଃଲ୍ୟକିକ ଘଟଣା ଦେଖିବାକୁ ଲାଗିଛି ଲୋକଙ୍କ ଭିଡ଼। ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.