fbpx

ହର ହର ମହାଦେବ… ସନ୍ଧ୍ୟା ଆକାଶରେ ଆବିର୍ଭାବ ହେଲେ ପ୍ରଭୁ ଲିଙ୍ଗରାଜ! କୋଟି କୋଟି ଭକ୍ତଙ୍କୁ ଦେଲେ ଦିବ୍ୟଦର୍ଶନ

Advertisement

ଭୁବନେଶ୍ୱର: ପବିତ୍ର ଜାଗରରେ ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ଭକ୍ତଙ୍କ ସୁଅ ଛୁଟିଛି । ଯୋଜନ ଯୋଜନ ଦୂର ଅତିକ୍ରମ କରି ଶିବଲିଙ୍ଗରେ ପାଣି ଢାଳିବା ସହ ପାପକ୍ଷୟ କରୁଛନ୍ତି ଭକ୍ତ । ବିଭିନ୍ନ ଶୈବ ମନ୍ଦିରରେ ଭକ୍ତମାନେ ପବିତ୍ର ଦୀପ ଜାଳି ମହାଦେବଙ୍କୁ ଅର୍ପଣ କରିବା ପାଇଁ ଅପେକ୍ଷା କରି ରହିଛନ୍ତି । କିନ୍ତୁ ଆଜି ମେଘୁଆ ଆକାଶରେ ଭୋଳାବାବାଙ୍କ ଦର୍ଶନ ମିଳିଛି । ଭୁବନେଶ୍ୱରର ଆକାଶରେ ପ୍ରିୟ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ଆବିର୍ଭାବ ହୋଇଛନ୍ତି ସ୍ୱୟଂ ଦେବ ଦେବ ମହାଦେବ । ତେବେ ଏହାପରେ ସାରା ଭୁବନେଶ୍ୱରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।

ମହାଶିବରାତ୍ରି ଅମାବାସ୍ୟାରେ କିଛି କ୍ଷଣ ପୂର୍ବରୁ ହଠାତ୍ ଅନ୍ଧାର ହୋଇ ଯାଇଥିଲା ଆକାଶ । ଏହି ସମୟରେ ମେଘାଛନ୍ନ ଆକାଶରେ ଏକ ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଛି । ମେଘୁଆ ଆକାଶରେ ଆବିର୍ଭାବ ହୋଇଛନ୍ତି ଭୋଳାନାଥ । ନିଜ ଭକ୍ତଙ୍କ ଡାକ ଶୁଣି ସେମାନଙ୍କୁ ଦର୍ଶନ ଦେବା ପାଇଁ ଆକାଶରେ ଦର୍ଶନ ଦେଇଛନ୍ତି ଦେବ ଦେବ ମହାଦେବ । ତେବେ ଏହି ବର୍ଷାର କିଛି କ୍ଷଣ ପୂର୍ବରୁ ‘ଶିବଲିଙ୍ଗ’ ଆକୃତିର ଏକ ଅଲୌକିକ ଚିତ୍ରଣ ଦେଖିବାକୁ ମିଳିଛି । ଯାହା ସମସ୍ତଙ୍କୁ ଭାବ ବିଭୋର କରି ଦେଇଛି । ଜାଗର ଅମାବାସ୍ୟାର ସନ୍ଧ୍ୟା ଆକାଶରେ ଏଭଳି ଦୃଶ୍ୟ ଦେଖି ପ୍ରଭୂ ଲିଙ୍ଗରାଜଙ୍କୁ ହାତ ଯୋଡ଼ି ଦେଇଛନ୍ତି । ବିଶ୍ୱାସ କରାଯାଉଛି କଳିଯୁଗରେ ପ୍ରଭୂ ନିଜ ଭକ୍ତଙ୍କ ଡାକ ଶୁଣି ସେମାନଙ୍କ ମନୋସ୍କାମନା ପୂରଣ କରିବା ପାଇଁ ଆକାଶରେ ସ୍ୱୟଂ ଆବିର୍ଭାବ ହୋଇଛନ୍ତି ।

ତେବେ ଆକାଶରେ ମେଘୁଆ ବାଦଲ ଏଭଳି ଏକ ରୂପ ନେଇଥିଲା । ‘ଶିବଲିଙ୍ଗ’ ଆକୃତିର ଏକ ବାଦଲ ଆକାଶରେ ଦେଖାଯିବା ପରେ ଭକ୍ତମାନେ ‘ହର ହର ମହାଦେବ’ କହି ନତମସ୍ତକ ହୋଇଯାଇଛନ୍ତି । ତେବେ ମହାଶିବରାତ୍ରି ବା ଜାଗର ପରି ଦିନରେ ଏଭଳି ଏକ ଦୃଶ୍ୟ କେବଳ ବାବା ଭୋଳାନାଥଙ୍କ ଅପୂର୍ବ ଲୀଳା ବୋଲି ବିଶ୍ୱାସ କରିଛନ୍ତି ଓଡ଼ିଶାବାସୀ । ତେବେ ଆକାଶରେ ଦୃଶ୍ୟମାନ ହେଉଥିବା ଏହି ଅପୂର୍ବ ‘ଶିବଲିଙ୍ଗ’ ଆକୃତିର ବାଦଲ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଳ ହେବାରେ ଲାଗିଛି ।

Get real time updates directly on you device, subscribe now.