fbpx

ଆପଣଙ୍କ ଆଧାର କାର୍ଡ଼ ହଜିଯାଇଛି କି ? ସହଜରେ କରନ୍ତୁ ଲକ୍‌…ଚୋରି ହେବ ନାହିଁ ଡାଟା

ନୂଆଦିଲ୍ଲୀ: କୌଣସି ଅଫିସିଆଲ କାମ ହେଉ କିମ୍ବା ନନ୍ ଅଫିସିଆଲ ଆଜିକାଲି ସବୁଠି ଆଧାର କାର୍ଡ଼ର ଆବଶ୍ୟକ ରହିଛି । କଲେଜ ଆଡମିଶନ୍‌, ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା, ଡ୍ରାଇଭିଂ ଲାଇସେନ୍ସ, ଆଭିଡେଭିଟ, ପାସପୋର୍ଟ ତିଆରି ଇତ୍ୟାଦି କାର୍ଯ୍ୟ ପାଇଁ ଆଧାର କାର୍ଡ଼ ବାଧ୍ୟତାମୂଳକ ହୋଇଯାଇଛି । ଅଧିକାଂଶ କ୍ଷେତ୍ରରେ ଆଧାର କାର୍ଡ଼ ସହ ବ୍ୟାଙ୍କ ଆକାଉଣ୍ଟ, ପାନ କାର୍ଡ଼ ଇତ୍ୟାଦି ଲିଙ୍କ ରହୁଥିବାରୁ ଡାଟା ଚୋରି ହେବାର ଭୟ ରହିଥାଏ । ବହୁତ କମ ଲୋକମାନେ ଜାଣିଥିବେ କି ଆଧାର କାର୍ଡ଼ ହଜିଗଲେ ଲକ୍ କରିବାର ସୁବିଧା ମଧ୍ୟ ଉପଲବ୍ଧ ଯାହା ଅନଧିକୃତ ବ୍ୟବହାର ଉପରେ ରୋକ୍ ଲଗାଇଥାଏ ।

କହିରଖୁଛୁ ଭାରତରେ ପ୍ରାୟ ୯୦ କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କ ପାଖରେ ଜରୁରି ଡକ୍ୟୁମେଣ୍ଟ ଭାବରେ ଆଧାର କାର୍ଡ଼ ରହିଛି । ଆଧାର କାର୍ଡ଼କୁ ଲକ୍ କରିବା ପାଇଁ

– ପ୍ରଥମେUIDAIର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।

– ଏହା ପରେ ‘My Aadhaar’ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।

– ଏହା ପରେ ଆଧାର ସର୍ଭିସେସ୍ ଚୟନ କରି ‘Aadhaar Lock/Unlock’ ଉପରେ କ୍ଲିକ୍ କରନ୍ତୁ ।

– ବର୍ତ୍ତମାନ ‘UID lock’ ଉପରେ କ୍ଲିକ୍ କରନ୍ତୁ ଏବଂ ନିଜ UID ଆଇଡି ସହ ପୁରା ନାଁ ଓ ପିନ୍ କୋଡ୍ ଏଣ୍ଟର କରନ୍ତୁ ।

– ଆପଣଙ୍କ ରେଜିଷ୍ଟର୍ଡ଼ ମୋବାଇଲ ନମ୍ବରରେ ଏକ ଓଟିପି ଆସିବ । ନିର୍ଦ୍ଦିଷ୍ଟ ଓଟିପି ଦେଇ ସବମିଟ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ । ଏହା ପରେ ଆପଣଙ୍କ ଆଧାର କାର୍ଡ଼ ଲକ୍ ହୋଇଯିବ ।

Get real time updates directly on you device, subscribe now.