ହାଏରେ ପ୍ରେମ! ପ୍ରେମିକକୁ ଭେଟିବାକୁ ନଦେବାରୁ ମାଆକୁ ହତ୍ୟା କରିବାକୁ ଉଦ୍ୟମ କଲା ନାବାଳିକା

ଲକ୍ଷ୍ନୌ : ପ୍ରେମ ପାଇଁ ଆମେ କିଛି ବି କରି ପାରିବା । କିନ୍ତୁ ପ୍ରେମ ପାଇଁ ନିଜ ରକ୍ତର ସଂପର୍କକୁ ଯେ ଆଡେଇବା ତାହା ଠିକ ନୁହେଁ । କିନ୍ତୁ ଆଜିକା ପିଲାମାନେ ପ୍ରେମ ପାଇଁ ନିଜ ରକ୍ତ ଲୋକଙ୍କ ସହ ଶତୃତା ରଖି ତାଙ୍କୁ ମାରି ଦିଅନ୍ତି । ଠିକ ଏଭଳି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶ ରାୟବରେଲୀର ପୂର୍ବା ଗ୍ରାମରେ ଘଟିଛି । ପ୍ରେମିକ ସହ ଭେଟିବାକୁ ନଦେବାରୁ ଜଣେ ନାବାଳିକା ନିଜ ମାଆକୁ ଚା’ରେ ବିଷ ଦେଇ ଦେଇଛନ୍ତି ।

ସୂଚନା ଅନୁସାରେ, ଉତ୍ତରପ୍ରଦେଶ ରାୟବରେଲୀର ପୂର୍ବା ଗ୍ରାମରୁ ଏକ ଆଶ୍ଚର୍ଯ୍ୟ ଜନକ ଖବର ସାମ୍ନାକୁ ଅ।।ସିଛି । ତେବେ ପୂର୍ବା ଗ୍ରାମର ଏକ ନାବାଳିକ ସେହି ଗ୍ରଅମର ଏକ ବାଳକ ସହ ପ୍ରେମ ସମ୍ପର୍କ ରଖିଥିଲେ । ନାବାଳିକାଙ୍କ ମାଆ ଏହି ସବୁ ଜାଣିବା ପରେ ଅନେକ ପ୍ରଶ୍ନ ଉଠାଇଥିଲେ । ଏହା ସହିତ ସେ ଝିଅକୁ ଭେଟିବାକୁ ମଧ୍ୟ ଦେଉ ନଥିଲେ । ଏହାକୁ ନେଇ ମାଆ ଓ ଝିଅଙ୍କ ମଧ୍ୟରେ ଅନେକ ସମୟରେ ପାଟିତୁଣ୍ଡ ହେଉଥିଲା । ନାବାଳିକା
ଙ୍କ ମା ସଙ୍ଗୀତା ଯାଦବ ଶୁକ୍ରବାର ଦିନ ଝିଅକୁ ଘରେ ବନ୍ଦ କରି ତାଲା ପକାଇ ଦେଇଥିଲେ । ଯାହାଫଳରେ ଝିଅ ତାହାର ପ୍ରେମିକାକୁ ଭେଟି ପାରି ନଥିଲା ।

ଏଥିରେ ନାବାଳିକା ଉତ୍‌କ୍ଷିପ୍ତ ହୋଇ , ପ୍ରେମିକାକୁ କହି ବଜାରରୁ ବିଷ ଆଣି ମାଆଙ୍କ ଚା’ରେ ମିଶା ପିଇବାକୁ ଦେଇଥିଲେ । ସେହି ଚାଆ ପିଇ ମାଆ ଚେତା ହରାଇ ବସିଥିଲେ । ଏହା ଦେଖି ଝିଅ ଭୟଭୀତ ହୋଇ ପଡୋଶୀଙ୍କୁ ଡାକିଥିଲା । ପରବର୍ତ୍ତୀ ସମୟରେ ପଡୋଶୀଙ୍କ ସହାୟତା ପାଇଁ ମହୁିଳାଙ୍କୁ ନିକଟସ୍ଥ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲା । ବର୍ତ୍ତମାନ ସେ ଏବେ ବିପଦ ମୁକ୍ତ ଅଛନ୍ତି । ତେବେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମାମଲାରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ନାବାଳିକାଙ୍କ ପ୍ରେମିକ ଫେରାର ଅଛି ।