ଲଭ-SEX-ଧୋଖା: Blackmailରେ ଅତିଷ୍ଟ ନାବାଳିକା…

ମହାରାଷ୍ଟ୍ରର ଜାଲନା ଜିଲ୍ଲାରେ ଘଟିଯାଇଛି ଅତ୍ୟନ୍ତ ହୃଦୟବିଦାରକ ଘଟଣା । ଯୁବକଙ୍କ ଉତ୍ପୀଡନ, ଧମକରେ ଅତିଷ୍ଠ ୧୬ ବର୍ଷର ନାବାଳିକା ଦେଇଦେଲା ଜୀବନ । ଘଟଣାକୁ ନେଇ ମୃତ ନାବାଳିକାର ପରିବାର ତରଫରୁ ଥାନାରେ ଯୁବକଙ୍କ ବିରୋଧରେ ମାମଲା ଦାୟର ହୋଇଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।
ପୋଲିସ ମୁତାବକ, ମହାରାଷ୍ଟ୍ର ଜଲନା ଜିଲ୍ଲାର ଅମ୍ବାଡ ଥାନା ଅଧୀନରେ ଥିବା ଜଣେ ୨୦ ବର୍ଷୀୟ ଅଭିଯୁକ୍ତ ଯୁବକ ବହୁ ଦିନରୁ ମୃତା ନାବାଳିକାକୁ ଧମକ ଦେବା ସହ ହଇରାଣ କରୁଥିଲା । ପୀଡିତାର ଅଶ୍ଳୀଳ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ଧମକ ଦେଉଥିଲା । ଯୁବକରେ ଏମିତି ଧମକରେ ଅତିଷ୍ଠ ହୋଇଯାଇଥିଲା ନାବାଳିକା । କାଳେ କେତେବେଳେ ସେ ତାର ଫଟୋ ଭାଇରାଲ କରିବ ଏହି ଭୟ ସବୁ ସମୟରେ ତାକୁ ଅତିଷ୍ଠ କରୁଥିଲା । ଭୟ, ଆଶଙ୍କା ଓ ସାମାଜିକ ଉତ୍ପୀଡନର ସମ୍ଭାବନା ଭିତରେ ଭାଙ୍ଗି ପଡିଥିଲା ନାବାଳିକା ।
ଏହି ସବୁଥିରୁ ମୁକ୍ତି ପାଇବା ପାଇଁ ନବାଳିକା ଶେଷରେ ଫାଶି ଲଗେଇ ଆତ୍ମହତ୍ୟା କରିଛି । ଘଟଣା ପରେ ଗତ ୩ ତାରିଖରେ ନାବାଳିକାର ପରିବାର ତରଫରୁ ଥାନାରେ ସମ୍ପୃକ୍ତ ଯୁବକ ବିରୋଧରେ ଏକ ମାମଲା ଦାୟର ହୋଇଥିଲା । ଅଭିଯୋଗ ଆଧାରରେ ସମ୍ପୃକ୍ତ ଯୁବକକୁ ଗିରଫ କରିଥିଲା । ତେବେ କୋର୍ଟ ତାକୁ ଜାମିନ ପ୍ରଦାନ କରିଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।