ଶାଳି- ଭିଣୋଇ ଲଭ ହାଟରେ ପଡ଼ି ଘାଟରେ ଗଡ଼ିଲା, ଦୁହିଁଙ୍କ ଜିଦ ଆମେ ବାହାହେବୁ, ଛି ଛି କହିଲେ ଲୋକେ
ଶାଳି-ଭିଣୋଇଙ୍କ ବିବାହ ଜିଦ୍
ଉତ୍ତରପ୍ରଦେଶ: ଭିଣୋଇ- ଶାଳି ସମ୍ପର୍କ ବହୁତ ଖାସ୍। କୁହାଯାଏ ଭିଣୋଇ ଅଧା ଘରଣୀ ଶାଳି। ହେଲେ କିଛି ଏପରି ବ୍ୟକ୍ତି ଅଛନ୍ତି ଏ ସମ୍ପର୍କର ମୂଲ୍ୟ ବୁଝନ୍ତିନି। ଯାହାକୁ ସମାଜରେ କଳଙ୍କିତ କରନ୍ତି।
ଉତ୍ତରପ୍ରଦେଶରୁ ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଠି ଏକ ବ୍ୟାପାରୀ ନିଜ ଝିଅ ବିବହାର ଦୁଇ ବର୍ଷ ପରେ କାଶୀପୁରରେ କରିଥିଲେ। ହେଲେ ବିବାହର ଗୋଟେ ବର୍ଷ ପରେ ଭିଣୋଇ ଶାଳି ଭିତରେ ଚାଲିଲା ଚୋରା ପୀରତି।
ଶୁଣିବାକୁ ମିଳିଛି କି ଦୁହେଁ ଏକାଠି ସାଥୀରେ ରହିବା ପାଇଁ ମଧ୍ୟ ଜିଦ କରିଥିଲେ। ଏତିକିରେ କଥା ସରିନଥିଲା ଶାଳି ନିଜ ଭିଣୋଇ ପାଖରେ ପହଞ୍ଚି ଯାଇଥିଲା। ଆଉ କହିବାକୁ ଲାଗିଥିଲା କେବଳ ଭିଣୋଇ କି ହିଁ ବାହା ହେବ. ଆଉ କାହାକୁ ନୁହେଁ। ନଚେତ କୁଆଁରୀ ରହିବି।
ଏସବୁ ବୋହୂର ସାନ ଭଉଣୀ ମୁହଁରୁ ଶୁଣି ଶାଶୁ ଘର ଲୋକଙ୍କ ହୋସ ଉଡ଼ିଗଲା। ଉଭୟ ଶାଶୁ ଘର ଓ ବାପ ଘର ଲୋକ ସାନ ଭଉଣୀକୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ଗୋଟେ ଜିଦରେ ଅଟଳ ଥିଲା ସାନ ଭଉଣୀ।
ଆଉ ବଡ଼ ଭଉଣୀ ଏପରି ନିଷ୍ପତି ନେଲା ଯାହା ଶୁଣି ପରିବାରର ହୋସ୍ ଉଡ଼ିଗଲା। ବଡ଼ ଭଉଣୀ ନିଜ ସାନ ଭଉଣୀକୁ ସଉତୁଣୀ କରିବାକୁ ହଁ ମଧ୍ୟ କରିଦେଲା। ବଡ଼ ଭଉଣୀ ମୁହଁରୁ ଏହି କଥା ଶୁଣି ସାନ ଭଉଣୀ ଓ ବଡ଼ ଭଉଣୀର ସ୍ୱାମୀର ଖୁସି କହିଲେ ନସରେ।
ହେଲେ ପରିବାର ଲୋ ଏ ସମ୍ପର୍କକୁ ଆଗକୁ ବଢ଼ାଇବାକୁ ସିଧା ସିଧା ମନା କରିଥିଲେ। କହିଥିଲେ ଏଭଳି କେବେ ହୋଇପାରିବନି।
ଘଟଣାଟି ଆମରୋହା ନଗର କୋତୱାଲି ଅଞ୍ଚଳର। ଦୁଇ ବର୍ଷ ପୂର୍ବେ ଜଣେ ବ୍ୟବସାୟୀଙ୍କ ବଡ଼ ଝିଅ କାଶୀପୁରର ଜଣେ ବ୍ୟବସାୟୀଙ୍କ ସହ ବିବାହ କରିଥିଲେ। ବିବାହ ପରେ
ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ସବୁ କିଛି ଠିକ୍ ଚାଲିଥିଲା।
ମଝିରେ ଶାଳି ଆସି କରିଦେଲା ଗଡ଼ବଡ଼। ଶାଳୀ ଭିଣୋଇ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଘରେ କାହାକୁ ଏ ବିଷୟରେ କିଛି ଜଣା ନଥିଲା। ଦୁହେଁ ଲୁଚିକି ଭେଟ ହେଉଥିଲେ ଏବଂ କେତେବେଳେ ଭିଣୋଇ ତାଙ୍କ ଶାଳୀକୁ ଭେଟିବା ବାହାନାରେ ଶଶୁର ଘରକୁ ଯାଉଥିଲେ
ଶାଳି-ଭିଣୋଇଙ୍କ ବିବାହ ଜିଦ୍
ଉଭୟ ପରସ୍ପର ବିନା ରହିପାରିବେ ନାହିଁ। ତା’ପରେ ଗୋଟିଏ ଦିନ ହଠାତ୍ ଶାଳି ତାଙ୍କ ଭଉଣୀଙ୍କ ଘରକୁ ଆସିଲେ ଏବଂ ଭିଣୋଇଙ୍କ ସହିତ ରହିବାକୁ ଜିଦ୍ କରିବାକୁ ଲାଗିଲେ। ସାନ ଭଉଣୀଠାରୁ ଭଉଣୀ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ।
ସେ ଭାବିଲେ ଯେ ଭଉଣୀ ମଜା କରୁଛି। କିନ୍ତୁ ଯେତେବେଳେ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ସମାନ କଥା ବାରମ୍ବାର କହୁଥିଲେ, ଭିଣୋଇ ମଧ୍ୟ କହିବାକୁ ଲାଗିଲେ – ମୁଁ ମଧ୍ୟ ଶାଳିଙ୍କୁ ଭଲ ପାଏ।
ମୁଁ ତାଙ୍କ ସହିତ ରହିବାକୁ ଚାହୁଁଛି। ଏହା ପରେ କଥାଟି ଉଭୟ ପରିବାରର ଲୋକଙ୍କ ପାଖରେ ପହଞ୍ଚିଲା।
ଭିଣୋଇଙ୍କ ପରିବାର ସେଠାରେ ପହଞ୍ଚିଲେ। ସେମାନେ ଉଭୟଙ୍କୁ ବୁଝାଇବାକୁ ଚେଷ୍ଟା କଲେ। କିନ୍ତୁ ଶାଳି – ଭିଣୋଇଙ୍କ ଗୋଟିଏ ଜିନ। ଭଉଣୀ କହିଥିଲେ- ମୁଁ ମୋ ସାନ ଭଉଣୀକୁ ମୋ ପାଖରେ ରଖିବାକୁ ପ୍ରସ୍ତୁତ। ଏଭଳି ପ୍ରେମ କାହାଣୀ ଏବେ ହାଟରେ ପଡ଼ି ଘାଟରେ ଗଡ଼ିଲାଣି। ଲୋକେ ମଧ୍ୟ କରୁଛନ୍ତିି ଛି ଛି।