fbpx
BSKY SKY
BSKY SKY

ପ୍ରେମିକା ସହ କଥା ହେବାରୁ କ୍ଲାସମେଟକୁ ଛୁରାମାଡ: ପରେ ସରି କହିବାକୁ ବାଧ୍ୟ କଲା ପ୍ରେମିକ

BSKY

ହାଇଦ୍ରାବାଦ: ତେଲେଙ୍ଗାନା ରଙ୍ଗା ରେଡ୍ଡୀ ଜିଲ୍ଲାର ରାଜେନ୍ଦ୍ର ନଗର ମଣ୍ଡଳରେ ଦ୍ୱାଦଶ ଶ୍ରେଣୀର ଜଣେ ଛାତ୍ର ନିଜ ସହପାଠୀ ଉପରେ ଆକ୍ରମଣ କରିଥିବା ଜଣାପଡିଛି । ପ୍ରେମିକା ସହ କଥା ହେଉଥିବାରୁ ଛାତ୍ର ଜଣକ ଉତ୍ୟକ୍ତ ହୋଇ ତାଙ୍କୁ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି । ରାଜେନ୍ଦ୍ରନଗର ଅଞ୍ଚଳକୁ ଡାକି ଦୁର୍ଗାପ୍ରସାଦଙ୍କୁ ଆକ୍ରମଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁସାରେ, ମେ ୧୬ ତାରିଖରେ ଦୁର୍ଗାପ୍ରସାଦ ସ୍କୁଲରୁ ବାହାରି ଯିବା ବାଟରେ ସ୍କୁଲ ବାହାରେ ତାଙ୍କୁ ଅପକ୍ଷା କରିଥିଲା ଅଭିଯୁକ୍ତ । ନିଜ ପ୍ରେମିକା ସମ୍ପର୍କରେ କିଛି କହିବା ବାହାନାରେ ଦୁର୍ଗାପ୍ରସାଦଙ୍କୁ ନେଇ ଯାଇଥିଲା । ଏହାପରେ ଉତ୍ୟକ୍ତ ଯୁବକ ତାଙ୍କ ଉପରେ ଚୁରୀରେ ଆକ୍ରମଣ କରିଛି । ଏହା ସହିତ ପ୍ରେମିକାକୁ କ୍ଷମା ମାଗିବାକୁ କହି ଏହାର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ କରି ଦେଇଥିଲା ଅଭିଯୁକ୍ତ ପ୍ରେମିକ । ରାସ୍ତା କଡରେ ଦୁର୍ଗାପ୍ରସାଦଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖି ପୋଲିସକୁ ସୂଚନା ଦେଇଥିଲେ ସ୍ଥାନୀୟ ପୋଲିସ ।

ତେବେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ । ଅଭିଯୁକ୍ତ ବିରୋଧରେ ହତ୍ୟା ପାଇଁ ଉଦ୍ୟମ କରୁଥିବା ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ପ୍ରେମ ପାଇଁ ମଣିଷତ୍ୱକୁ ବଳି ଦିଆଯାଇଥିବା ଏବଂ ନିରୀହ ଉପରେ ଆକ୍ରମଣ ହେଉଥିବା ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.