fbpx

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି: ପୁଣି ୪ ଦିନ ଲଗାତାର ଭାବରେ ବୃଷ୍ଟିପାତ କରିବ

ଭୁବନେଶ୍ୱର: ବଙ୍ଗୋପସାଗରେ ସୃଷ୍ଟି ହେଲା ଲଘୁଚାପ । ରାଜ୍ୟରେ ଉପକୂଳ ଓଡିଶା ସମେତ ଉତ୍ତର ଓଡିଶାରେ ଏହାର ପ୍ରଭାବ ବହୁତ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆଗାମୀ ୪ଦିନ ପର୍ଯ୍ୟନ୍ତ ଲଗାତରା ଭାବରେ ରାଜ୍ୟରେ ବର୍ଷା ହେବା ର ସମ୍ଭାବନା ରହିଛି ।

ସେହିପରି ସୋମବାର ୨୯ ତାରିଖଠାରୁ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର,ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ୟ୍ୟନ୍ତ ବର୍ଷା ହୋଇପାରେ। ଏହି ସବୁ ସ୍ଥାନ ଗୁଡିକରେ ୟେଲୋ ଆଲାର୍ଟ ଜାରି କରାଯାଇଛି ।

ରାଜ୍ୟରେ ଆଜି ୧୦ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡ଼ିକ କଳାହାଣ୍ଡି, ବଲାଙ୍ଗିର, କନ୍ଧମାଳ, ସୋନପୁର, ବରଗଡ଼, କଟକ ଓ ନୟାଗଡ଼, କୋରାପୁଟ, ନବରଙ୍ଗପୁର ଏବଂ ନୂଆପଡା ରହିଛି । ୧୩ ଜିଲ୍ଲାର ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ଚିଠିରେ ଅବଗତ କରାଇଛନ୍ତି । ଲଘୁଚାପ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ଉପୁଜିପାରେ। ତେଣୁ ୧୩ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ SRC ନିର୍ଦ୍ଦେଶ ଦେଇଛନ୍ତି।

 

Get real time updates directly on you device, subscribe now.